Advertisment

ମତଦାନ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗ୍ରହଣ ଦିନ ଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍‌ କୋର୍ଟ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନ୍‌ଷ୍ଟିଚ୍ୟୁସନ୍‌ ବନ୍ଦ ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବା, ସେହିଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ଲୋକସଭା ସଂଲଗ୍ନ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଛୁଟି ଲାଗୁ ହେବ। ଆସନ୍ତା ୧୧ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ତେଣୁ […]

ଅଦ୍ୟତନ ହୋଇଛି
ଭୋଟ୍ ପାଇଁ ଘରୋଇ କର୍ମଚାରୀଙ୍କୁ ସବୈତନିକ ଛୁଟି

odisha-govt-declares-every-voting-day-as-an-official-holiday-in-the-concerned-constituencies

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ଗ୍ରହଣ ଦିନ ଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍‌ କୋର୍ଟ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନ୍‌ଷ୍ଟିଚ୍ୟୁସନ୍‌ ବନ୍ଦ ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ କ୍ଷେତ୍ରରେ ମତଦାନ ଥିବା, ସେହିଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଲାଗୁ ହେବ। ଲୋକସଭା ସଂଲଗ୍ନ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଛୁଟି ଲାଗୁ ହେବ।

Advertisment

ଆସନ୍ତା ୧୧ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାରେ ମତଦାନ ହେବ। ତେଣୁ ଏହି ଜିଲ୍ଲା ଗୁଡ଼ିକରେ ସମସ୍ତ ସରକାରୀ ଅନୁଷ୍ଠାନ ବନ୍ଦ ରହିବ। ସେହିପରି ୧୮ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକାରେ ମତଦାନ ହେବ। ଏହି ଦିନ ଏଠାରେ ସବୁ ଅନୁଷ୍ଠାନ ବନ୍ଦ ରହିବ। ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ନିର୍ବାଚନ ହେବ। ତେଣୁ ସେହିଦିନ ସେଠାରେ ଛୁଟି ରହିବ। ସେହିପରି ୨୯ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମତଦାନ ହେବ। ମତଦାନ ଦିନ ସମ୍ପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା ଲାଗୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe