Advertisment

ପୁଣି ୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଥମବର୍ଷ  ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୬ରୁ ୩୦ତାରିଖକୁ ବୃଦ୍ଧି କରାଯାଇଛି ।

author-image
Ordigital Desk
Students

Students

ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ଜୁନ୍ ୨୬ତାରିଖ ପରିବର୍ତ୍ତେ ଜୁନ୍ ୩୦ ତାରିଖ ନାମଲେଖା ପାଇଁ ଆବେଦନ କରିହେବ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା ଓ ସରକାର ଜୁନ୍ ୨୬ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିଥିଲେ । ଆଜି ପୁଣିଥରେ ଏହି ଅବଧିକୁ ବୃଦ୍ଧି କରିଛନ୍ତି । ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚମାଧ୍ୟମିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

Advertisment

ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଥମବର୍ଷ  ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୬ରୁ ୩୦ତାରିଖକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୯ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୨୨ରେ ଶେଷ ହେବ ।

ସେହିପରି ଅନଲାଇନ୍ ସ୍ପଟ୍ ସିଲେକ୍ସନ ଆଡମିଶନ ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଏକାଦଶ ଶ୍ରେଣୀ ବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଶ୍ରେଣୀ ପାଠପଢ଼ା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟ ୧ରୁ ଆରମ୍ଭ ହେବ । ଏପର୍ଯ୍ୟନ୍ତ ସାମସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ୪ଲକ୍ଷ ୬୩ହଜାର ୫୦୦ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment
Odisha