Advertisment

ପୁଣି ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଫେବୃଆରୀରେ ବିଦା ହେଲେଣି ୧୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଚଳିତ ମାସ ଆରମ୍ଭରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର  ଦେଇଥିବା ରାଜ୍ୟ ସରକାର ପୁଣି ଥରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । କଳାହାଣ୍ଡି IUCAW ଡିଏସ୍‌ପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡ଼ିଛି। ସେହିପରି ବଲାଙ୍ଗିର ବଙ୍ଗମୁଣ୍ଡ ଥାନା […]

ଅଦ୍ୟତନ ହୋଇଛି
ଖର୍ଚ୍ଚ ଦେବ ଏମସିଏଲ୍, ତଥାପି ମେଡିକାଲ କଲେଜ ପରିଚାଳନା ପାଇଁ ତତ୍ପର ନୁହଁନ୍ତି ରାଜ୍ୟ ସରକାର

secretariat

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ଓ ଅପାରଗତା ପାଇଁ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର। ଚଳିତ ମାସ ଆରମ୍ଭରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର  ଦେଇଥିବା ରାଜ୍ୟ ସରକାର ପୁଣି ଥରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।

Advertisment

କଳାହାଣ୍ଡି IUCAW ଡିଏସ୍‌ପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡ଼ିଛି।

ସେହିପରି ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ NAC ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏପରି ଅଧିକାରୀଙ୍କୁ ରଖିବା ଅପେକ୍ଷା ବାଧ୍ୟତାମୂଳକ ଅବସର ଦେବାକୁ ଠିକ୍‌ ମଣୁଛନ୍ତି ସରକାର।  ଏଯାଏ ୧୫୧ ଅପାରଗ  ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଦା କଲେଣି ରାଜ୍ୟ ସରକାର ।

Corrupt Govt Officials
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe