ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି ।

Representative image

  • Published: Wednesday, 31 May 2023
  • , Updated: 31 May 2023, 09:33 PM IST

ଡ୍ୟୁଟିରେ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମିଳିବ । ରାଜ୍ୟ ସରକାର ଆଜି ଏହି ଅନୁକମ୍ପାମୂଳକ ସହାୟତା ରାଶିକୁ ୪ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାସହିତ ଆଂଶିକ ଓ ସ୍ଥାୟୀ ଶାରୀରିକ ଅକ୍ଷମ ବାବଦରେ ମିଳୁଥିବା ସହାୟତା ରାଶି ପରିମାଣକୁ ମଧ୍ୟ ସରକାର ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି । ଦାୟିତ୍ୱ ନିର୍ବାହ ସମୟରେ ମୃତ୍ୟୁବରଣ କଲେ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମିଳିବ। ସେହିପରି ସ୍ଥାୟୀ ଶାରୀରିକ ଅକ୍ଷମ ହେଲେ ୫ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମ ହେଲେ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ରାଜ୍ୟ ସରକାର ପ୍ରଦାନ କରିବେ । ଏବେ ଏହି ଅନୁକମ୍ପା ରାଶିର ପରିମାଣ ସ୍ଥାୟୀ ଅକ୍ଷମ  ପାଇଁ ୨ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମ ପାଇଁ ୧ଲକ୍ଷ ଟଙ୍କା ରହିଛି ।

Related story