Advertisment

ଆଜି ସାରା ରାଜ୍ୟରେ ‘ନାଇଟ କର୍ଫ୍ୟୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଲା କରୋନା କଟକଣା । କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ  ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଜି ସାରା ରାଜ୍ୟରେ ‘ନାଇଟ କର୍ଫ୍ୟୁ’

night-curfew

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଲା କରୋନା କଟକଣା । କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ  ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

Advertisment

ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଜରୁରୀକାଳୀନ ସେବା ମଧ୍ୟ ପରିବହନ ହୋଇପାରିବ । କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍‌ଆରସି ନିବେଦନ କରିଛନ୍ତି ।

ନୂଆବର୍ଷ ପାଳନ ନେଇ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ନୂଆବର୍ଷରେ ଅଫିସରେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ମନା କରାଯାଇଛି । ଭର୍ଚୁଆଲ ଭାବେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଏସଆରସି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Advertisment


ଓଡ଼ିଶା ପୂର୍ବରୁ ନୂଆବର୍ଷକୁ ଆଖି ଆଗରେ ରଖି ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଛନ୍ତି।  ବିଶେଷକରି ଦିଲ୍ଲୀ ଓ ମହାରାଷ୍ଟ୍ରରା ଦୁଇ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ ୧ ତାରିଖ ରାତି ୧୧ଟାରୁ ୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Night Curfew