Advertisment

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଚେତିଲେ, ବଢ଼ିଲା ହୋମଗାର୍ଡଙ୍କ ପାରିଶ୍ରମିକ

ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ହୋମଗାର୍ଡମାନଙ୍କ ଦୈନିକ ପାରିଶ୍ରମିକ ୪୨୩ଟଙ୍କାରୁ ୫୩୩ଟଙ୍କାକୁ ବୃଦ୍ଧି ହୋଇଛି।

author-image
Ordigital Desk
home guards

home guards

ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ରାଜ୍ୟ ସରକାର ହୋମଗାର୍ଡମାନଙ୍କର ଦୈନିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ପାରିଶ୍ରମିକ ବୃଦ୍ଧି ହେବ । ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୪୨୩ଟଙ୍କା ପରିବର୍ତ୍ତେ ୫୩୩ଟଙ୍କାକୁ ବୃଦ୍ଧି ପାଇଛି ।

Advertisment

ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ହୋମଗାର୍ଡମାନଙ୍କ ଦୈନିକ ପାରିଶ୍ରମିକ ୪୨୩ଟଙ୍କାରୁ ୫୩୩ଟଙ୍କାକୁ ବୃଦ୍ଧି ହୋଇଛି।ସୁପ୍ରିମକୋର୍ଟଙ୍କ ଦ୍ୱାରା ମାର୍ଚ୍ଚ ୧୭ତାରିଖର ରାୟ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହୋମଗାର୍ଡମାନେ ଯେତିକି ଦିନ ଡ୍ୟୁଟି କରିବେ ସେମାନଙ୍କୁ ଅନୁରୂପ ଭାବେ ଦୈନିକ ୫୩୩ଟଙ୍କା ହିସାବରେ ପାରିଶ୍ରମିକ ମିଳିବ।

ଆଉ ପ୍ରଚଳିତ ନିୟମ ଅନୁସାରେ ଯେଉଁ ସଂସ୍ଥା ଦ୍ୱାରା ହୋମଗାର୍ଡଙ୍କୁ ଡ୍ୟୁଟି ଦିଆଯିବ ସମ୍ପୃକ୍ତ ସଂସ୍ଥା ସେହି ପାରିଶ୍ରମିକ ପ୍ରଦାନ କରିବ । ଏହି ନିର୍ଦ୍ଦେଶ ଦ୍ୱାରା ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହୋମଗାର୍ଡ ଉପକୃତ ହେବେ। 

Advertisment

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ଥାନା ଅଂଚଳର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ଗତ ମେ’ ୩୦ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନଥିବା ତଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରିଶ୍ରମିକ ବୃଦ୍ଧି ହେଉନଥିବା ପ୍ରତିବାଦରେ ସେ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଥିଲେ । ଶ୍ରୀ ମଲ୍ଲିକ ଏବେ ନିଖିଳ ଉତ୍କଳ ହୋମଗାର୍ଡ ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

Odisha Supreme Court Odisha Home Guards