Advertisment

ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଥିବାବେଳେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମାକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଏବେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୬୮ବର୍ଷ ରହିଛି। ନିୟମିତ ଡାକ୍ତର ପଦବୀ ପୂରଣ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦ବର୍ଷ ରହିବ। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। […]

ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ୧୮ ଜଣିଆ କେନ୍ଦ୍ରୀୟ ଦଳ

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଥିବାବେଳେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସସୀମାକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଏବେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୬୮ବର୍ଷ ରହିଛି। ନିୟମିତ ଡାକ୍ତର ପଦବୀ ପୂରଣ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦ବର୍ଷ ରହିବ। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରୟାସ କରୁଛନ୍ତି। ପୂର୍ବରୁ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୬୭୧୯ଟି ଡାକ୍ତର ପଦବୀ ଥିବାବେଳେ ଗତମାସରେ ସରକାର ଆଉ ୨ହଜାର ଡାକ୍ତର ପଦବୀ ସୃଷ୍ଟି କରିଛନ୍ତି। ଏବେ ରାଜ୍ୟରେ ୩୨୮୮ଟି ନିୟମିତ ଡାକ୍ତର ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟସେବା ନିମନ୍ତେ ରାଜ୍ୟ ସରକାର ଏବେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ଡାକ୍ତର ଭାବେ ନିଯୁକ୍ତି ଦେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe