Advertisment

‘ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି କଥା କହିଛନ୍ତି। ସେ କହିଛନ୍ତି, ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୭ ହଜାର ପଦ ପାଇଁ ମନୋନୟନ […]

ଅଦ୍ୟତନ ହୋଇଛି
‘ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି’

Minister

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଚଳିତ ଡିସେମ୍ବର ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଥିଲୁ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୧,୪୦୦ଟି ପଦ ପାଇଁ ବିଜ୍ଞପ୍ତି ବାହାରିଥିଲା। ସେଥିମଧ୍ୟରୁ ୭ ହଜାର ପଦ ପାଇଁ ମନୋନୟନ ସରିଯାଇଛି। ଅବଶିଷ୍ଟ ୪,୪୦୦ଟି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ବିଶେଷ କରି ସଂରକ୍ଷିତ ସ୍ଥାନରେ ଯୋଗ୍ୟ ପ୍ରାର୍ଥୀ ପାଇଁ ମିଳିନାହାନ୍ତି।

ଗଣ ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ କଟ୍‌ଅଫ୍‌ ମାର୍କ ରଖାଯାଇଥିଲା। ସେହି କଟ୍‌ ଅଫ୍‌ମାର୍କରେ ବାକି ୪,୪୦୦ଟି ପଦ ପାଇଁ କେହି ପ୍ରାର୍ଥୀ କ୍ୱାଲିଫାଏ କରିପାରିଲେ ନାହିଁ। ସେଥିପାଇଁ ଆମେ ସପ୍ତାହେ ମଧ୍ୟରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବୁ। ଯେହେତୁ ସଂରକ୍ଷିତ ବର୍ଗରେ ଆମକୁ ଉପଯୁକ୍ତ ପ୍ରାର୍ଥୀ ମିଳି ନାହାନ୍ତି, ତେଣୁ କ’ଣ କୋହଳ କରାଯାଇପାରିବ, ସେ ନେଇ ବିଶେଷଜ୍ଞମାନଙ୍କ ସହିତ ବିଚାରବିମର୍ଶ କରାଯାଉଛି।   

Advertisment

ନବ ନିଯୁକ୍ତ ଶିକ୍ଷକମାନଙ୍କ ପାଇଁ କଳିଙ୍ଗଷ୍ଟାଡିମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ ରଖାଯାଇଛି। ୧୬ ତାରିଖରେ ଏହି କାର୍ଯ୍ୟକ୍ରମ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଓ ନଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସେ କହିଛନ୍ତି, ପ୍ରାଥମିକ ଭାବେ 5T ସ୍କୁଲ ଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି । କେବଳ ସ୍କୁଲ କୋଠା ନବୀକରଣ ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe