ଖରାଛୁଟିରେ ସ୍କୁଲ ପିଲାଙ୍କ ପାଠପଢ଼ା ପାଇଁ ଟୋଲ ଫ୍ରି ନମ୍ବର

ଛାତ୍ରଛାତ୍ରୀଙ୍କ ହୋମୱାର୍କ ସଂକ୍ରାନ୍ତ ପ୍ରଶ୍ନଗୁଡ଼ିକର ସିଧାସଳଖ ପ୍ରଶ୍ନର ଉତ୍ତର ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି ।

ଫୋନ୍‌ କଲ ରିସିଭ୍‌ କରୁଛନ୍ତି କର୍ମଚାରୀ

  • Published: Monday, 01 May 2023
  • , Updated: 01 May 2023, 09:23 PM IST

ଖରା ଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ହଲିଡେ ହୋମୱାର୍କ ପ୍ରୋଗ୍ରାମ’ ଓ ଜିଲାୱାରୀ ଟୋଲ-ଫ୍ରି ନମ୍ବର ଜାରି ହୋଇଛି । ଆଜି ମେ’ ୧ତାରିଖରୁ ଛୁଟିରେ ହୋମୱାର୍କ କରାଇବା ପାଇଁ ଏସଓପି ପାଳନ କରିବା ସହ ଗାଇଡଲାଇନ୍ ଜାରି ହୋଇଛି ।

ଛାତ୍ରଛାତ୍ରୀଙ୍କ ହୋମୱାର୍କ ସଂକ୍ରାନ୍ତ ପ୍ରଶ୍ନଗୁଡ଼ିକର ସିଧାସଳଖ ପ୍ରଶ୍ନର ଉତ୍ତର ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି ।

ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇ ଦୈନିକ ୪ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଜିଠୁ କାର୍ଯ୍ୟକାରୀ ହୋଇଛି । ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ ସହାୟତା କେନ୍ଦ୍ରର ସୁବିଧା ପହଂଚାଇବା ପାଇଁ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି ।

ଏହାସହିତ ସ୍କୁଲସ୍ତରରେ ହୋମୱାର୍କ ତଦାରଖ ବ୍ୟବସ୍ଥା ମଧ୍ୟ ହୋଇଛି । ଟୋଲ ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସହାୟତା କେନ୍ଦ୍ର ସହ ଯୋଗାଯୋଗ କରି ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଟୋଲ-ଫ୍ରି ନମ୍ବରରେ ତଥା ସ୍କୁଲ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛି । ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ର’ରୁ ଏହାର ତଦାରଖ ଓ ସମୀକ୍ଷାର ବ୍ୟବସ୍ଥା ହୋଇଛି ।

Related story