Advertisment

ଜାରି ହେଲା ଡିସେମ୍ୱର ମାସର ଗାଇଡ୍‌ଲାଇନ୍‌, ପଢ଼ନ୍ତୁ କଣ ଖୋଲିବ ଓ ବନ୍ଦ ରହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ନେଇ ଡିସେମ୍ବର ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଡିସେମ୍ବର ୩୧ ଯାଏ ଗାଇଡଲାଇନ ବଳବତ୍ତର ରହିଛି। କଣ୍ଟେନମେଣ୍ଟ ଜୋନରେ ଲକ୍‌ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି। -ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା -ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା -ହଲ୍‌ରେ […]

author-image
Manoranjan Sial
ଜାରି ହେଲା ଡିସେମ୍ୱର ମାସର ଗାଇଡ୍‌ଲାଇନ୍‌, ପଢ଼ନ୍ତୁ କଣ ଖୋଲିବ ଓ ବନ୍ଦ ରହିବ

lockdown

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ନେଇ ଡିସେମ୍ବର ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଡିସେମ୍ବର ୩୧ ଯାଏ ଗାଇଡଲାଇନ ବଳବତ୍ତର ରହିଛି। କଣ୍ଟେନମେଣ୍ଟ ଜୋନରେ ଲକ୍‌ ଡାଉନ ଜାରି କରାଯାଇପାରିବ। ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବେ। ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି।

Advertisment

-ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା
-ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା
-ହଲ୍‌ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନୀ
-ତୋଷାଳୀ, ଶିଶିର ସରସ ଆଦି ମେଳା ଏବର୍ଷ କରାଯିବ ନାହିଁ
-ବାହାଘର ଉତ୍ସବରେ ସର୍ବାଧିକ ୨୦୦ ବ୍ୟକ୍ତିଙ୍କୁ ଅନୁମତି
-ଅନ୍ତ୍ୟେଷ୍ଟି କ୍ରୀୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି
-ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ହଲରେ ୫୦% କ୍ଷମତାରେ ମିଳିବ ଅନୁମତି
-ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ବାଞ୍ଛନୀୟ

-ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
-ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ
-ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି

Advertisment

-