Advertisment

ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ ତାଗିଦ କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ। ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ। ଏହାଛଡ଼ା ପର୍ଯ୍ୟନ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ […]

ଅଦ୍ୟତନ ହୋଇଛି
ପୁରୀ ମେଡିକାଲ୍‌ରେ ଆରମ୍ଭ ହେଲା ଡାଏଲିସିସ ସେବା

medical

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ। ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ। ଏହାଛଡ଼ା ପର୍ଯ୍ୟନ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି।

Advertisment

ସେହିପରି ହସ୍ପିଟାଲର କୌଣସି ସେକ୍ସନରୁ ପଜିଟିଭ ବାହାରିଲେ ତୁରନ୍ତ ବନ୍ଦ କରାଯିବ। ଉକ୍ତ ସେକ୍ସନର ଅନ୍ୟ ରୋଗୀଙ୍କୁ ଅନ୍ୟତ୍ର ନିଆଯିବ, ରୁମ୍‌ ଖାଲି କରାଯିବ। ରୁମ୍‌ ସାନିଟାଇଜ କରାଯାଇ ୨୪ ଘଣ୍ଟା ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ମୟାନଗରୀ ମୁମ୍ୱାଇ ଓ ଦେଶର ରାଜଧାନୀ ଦିଲ୍ଲୀରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ହଜାର ହଜାର ଲୋକ କରୋନାର ମାୟା ଜାଲରେ ଛନ୍ଦି ହୋଇପଡ଼ୁଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲ୍‌ରେ ସ୍ଥାନ ମିଳୁନି। ଯାହାଫଳରେ କେଉଁଠି ରୋଗୀ ଗାଡ଼ି ଭିତରେ ତ ଆଉ କେଉଁଠି ରାସ୍ତା ପାର୍ଶ୍ୱରେ  ଚିକିତ୍ସିତ ହେଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଓଡ଼ିଶା ପରି ରାଜ୍ୟରେ ଯେମିତି ଏମିତି ଚିତ୍ର ଦେଖିବାକୁ ନମିଳେ, ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର ଆଜି ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

Advertisment

ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ ହେଲେ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ଚିକିତ୍ସିତ ହୋଇପାରିବେ। ସେମାନଙ୍କ ଚିକିତ୍ସାରେ କୌଣସି ସମସ୍ୟା ଦେଖାଦେବନାହିଁ।

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪,୭୬୧  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୨,୭୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧,୯୭୬ଟି ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ ଓ ନୂଆପଡ଼ାରୁ ୫୩୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିର ଜିଲ୍ଲାରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩, କଟକରୁ ୧୭୬, କଳାହାଣ୍ଡିରୁ ୧୬୭, ନବରଙ୍ଗପୁରରୁ ୧୫୪ ଓ କେନ୍ଦୁଝରରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।

COVID Guideline Covid Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe