Advertisment

ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: କ’ଣ ଖୋଲିବ, କ’ଣ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଯିବାକୁ ଅନୁମତି ଦିଆଯାଇଛି। ବାକି ସବୁ ଶ୍ରେଣୀ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ। ସେହିଭଳି ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ଏଥିରେ କୁହାଯାଇଛି। ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ। […]

ଅଦ୍ୟତନ ହୋଇଛି
ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: କ’ଣ ଖୋଲିବ, କ’ଣ ବନ୍ଦ ରହିବ ଜାଣନ୍ତୁ

guideline

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ନଭେମ୍ବର ମାସ ପାଇଁ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଯିବାକୁ ଅନୁମତି ଦିଆଯାଇଛି। ବାକି ସବୁ ଶ୍ରେଣୀ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ।

Advertisment

ସେହିଭଳି ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ଏଥିରେ କୁହାଯାଇଛି। ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇ ପାରିବ। ତେବେପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଏଥିପାଇଁ ଅନୁମତି ଦେଇପାରିବେ।

ଅନ୍ୟପକ୍ଷରେ ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ କମ୍ପଲେକ୍ସ, ଥିଏଟର ଓ ଅଡିଟୋରିୟମ ଆଦି ବନ୍ଦ ରହିବ। କିନ୍ତୁ କୋଭିଡ୍ ନିୟମ ମାନି ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି।

Advertisment

ଗାଇଡ୍‌ଲାଇନ୍ ଅନୁଯାୟୀ, ବାହାଘର ଗୁଡ଼ିକରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ସେହିଭଳି ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ।

ବଡ଼ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶ ହୋଇପାରିବ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ।

କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଗୁଡ଼ିକରେ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe