Advertisment

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ

ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ବେଳେ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ବାଧ୍ୟତାମୂଳକ। କ୍ଲିନିକ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍‌ ମଧ୍ୟ ପିନ୍ଧିବେ ମାସ୍କ।

Covid

Covid

Advertisment

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର। ସ୍ୱାସ୍ଥ୍ୟ ସେବା ସହ ସଂପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ। ଏନେଇ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିଠି କରିଛି।

Advertisment

ଚିଠିରେ ଉଲ୍ଲେଖ ରହିଛି, ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ବେଳେ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ବାଧ୍ୟତାମୂଳକ। କ୍ଲିନିକ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍‌ ମଧ୍ୟ ପିନ୍ଧିବେ ମାସ୍କ। ଥଣ୍ଡା କାଶରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି।

ସୂଚନାରୁ ପ୍ରକାଶ, ଦେଶରେ କୋଭିଡ୍‌ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜି ୭୧୭୯ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ଜଣଙ୍କ ଜୀବନ ଯାଇଛନ୍ତି। ଗତ ୭୦ ଦିନ ଭିତରେ ୬୫ ହଜାର ୬୮୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦେଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ପିଟାଲ୍‌ ଗୁଡ଼ିକ ହଟ୍‌ସ୍ପଟ ବନିବା ପୂର୍ବରୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଛନ୍ତି।

Advertisment
COVID TEST Covid19 Covid Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe