/odisha-reporter/media/post_attachments/uploads/2021/11/Cow.jpg)
Cow
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଗୋରୁ ଗାଈଙ୍କଠାରେ ଦେଖାଦେଇଛି ଘାତକ ଲମ୍ପି ସ୍କିନ ରୋଗ। ଏହା ପରେ ରାଜ୍ୟ ସରକାର ତତ୍ପର ହୋଇଛି। ଆଜିଠାରୁ ଏହି ଦୁଇ ରାଜ୍ୟ ସୀମାକୁ ଲାଗିଥିବା ଗୋରୁ ହାଟ ବନ୍ଦ କରିଦେଇଛି। ଏଥିସହ ରୋଗର ମୁକାବିଲା ପାଇଁ ଓଡ଼ିଶା ସରକାର ଖୋଲିଛନ୍ତି କଣ୍ଟ୍ରୋଲ୍ ରୁମ୍। ଏନେଇ ସୂଚନା ଦେଇଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
https://twitter.com/rajaaswain/status/1571098082825342979?s=20&t=IryeEbBg8HC5EKUwdSseUA
ଶ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ରାଜ୍ୟରେ ଗୋରୁ ଓ ମଇଁଷିମାନଙ୍କ ଦେହରେ ଚର୍ମ ବିଣ୍ଡି(Lumpy Skin) ରୋଗର ସମ୍ଭାବ୍ୟ ବ୍ୟାପିବା ଓ ମୁକାବିଲା ପାଇଁ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ଦୁଇଟି ସିଫ୍ଟରେ (ସକାଳ ୮ଟାରୁ ସନ୍ଧ୍ୟା ୭) ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ତଳ ମହଲାରେ କଣ୍ଟ୍ରୋଲ ରୁମ୍ ଆଜିଠାରୁ କାର୍ଯ୍ୟ କରୁଛି।କଣ୍ଟ୍ରୋଲ ରୁମର ଟେଲିଫୋନ୍ ନମ୍ବର ହେଉଛି 0671-2414310 ଏବଂ 7205598125 । ସୀମାନ୍ତ ୧୪ ଜିଲ୍ଲାରେ କୌଣସି ଗୋରୁ ଓ ମଇଁଷି ଲମ୍ପି ସ୍କିନ୍ ରୋଗରେ ଆକ୍ରାନ୍ତ ହେଲେ, ଉପରୋକ୍ତ ନମ୍ୱରରେ ଫୋନ୍ କରି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବ ବୋଲି ମନ୍ତ୍ରୀ ଟ୍ୱିଟ୍ରେ ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
