Advertisment

କରୋନା ମୁକାବିଲା : ବିଦେଶରୁ ଫେରନ୍ତା ବ୍ୟକ୍ତି ପଞ୍ଜିକରଣ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ଆସିବାକୁ ୨୪ […]

author-image
Tapas Behera
ଅଦ୍ୟତନ ହୋଇଛି
କରୋନା ମୁକାବିଲା : ବିଦେଶରୁ ଫେରନ୍ତା ବ୍ୟକ୍ତି ପଞ୍ଜିକରଣ ନକଲେ କାର୍ଯ୍ୟାନୁଷ୍ଠାନ

nbfg

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ।

Advertisment

ଆସିବାକୁ ୨୪ ଘଣ୍ଟା ବା ଆସିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିହେବ। ସେହିଭଳି ରାଜ୍ୟକୁ ମାର୍ଚ୍ଚ ୪ ପରେ ଆସିଥିବା ସମସ୍ତଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ସେମାନେ ପଞ୍ଜିକରଣ କରିବା ଜରୁରୀ । କାଲି ସକାଳୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ ଏବଂ ସେମାନେ ନିଜ ସମ୍ପର୍କରେ ତଥ୍ୟ ଦେଲେ ନିଜ ଘରେ ବା ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହେବ। ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରୀପାଠି କହିଛନ୍ତି।

କରୋନା ଆତଙ୍କ ପରେ ବିଦେଶର ବହୁ ସଂସ୍ଥା ବନ୍ଦ ହେଉଥିବା ଏବଂ ଏଠାରେ କାର୍ଯ୍ୟ କରୁଥିବା ପ୍ରଫେସନାଲ ଏବେ ଓଡ଼ିଶା ଫେରିବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର।

Advertisment