/odisha-reporter/media/post_attachments/uploads/2021/11/sachibalaya.jpg)
sachibalaya
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜସ୍ୱ ସେବାର ୧୪୩ଜଣ ଅଫିସରଙ୍କୁ ରାଜ୍ୟ ସରକାର ଆଜି ଓଏଏସ୍ ପାହ୍ୟାକୁ ଉନ୍ନୀତ କରିଛନ୍ତି । ଏହି ଅଫିସରମାନେ ଏବେ ଯେଉଁଠି କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ ଜାରି ରଖିବେ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
Advertisment
ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜସ୍ୱ ସେବା ବା ‘ଗ୍ରୁପ-ବି’ ଅଫିସର ଭାବେ କାର୍ଯ୍ୟ କରୁଥିବା ୧୪୩ଜଣ ଅଫିସରଙ୍କୁ ଓଡ଼ିଶା ପ୍ରଶାସନିକ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୧ର ପ୍ରାବଧାନ ଅନୁସାରେ ଓଏଏସ୍ ଗ୍ରୁପ-ଏ(ଜୁନିୟର ବ୍ରାଂଚ) ପାହ୍ୟାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଓଆରଏସ୍ ଅଫିସରଙ୍କ ନିଯୁକ୍ତି ବର୍ଷ ଓଏଏସ ପାହ୍ୟାରେ ୨୦୨୨ ଭାବେ ବିବେଚନା କରାଯିବ । ଏହି ଅଫିସରମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ କୁହାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
