ବରିଷ୍ଠ ଓଏଏସସ୍ତରରେ ବଦଳି

ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକ ଅତିରିକ୍ତ ଭାବେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ

ଲୋକସେବା ଭବନ

  • Published: Thursday, 25 May 2023
  • , Updated: 25 May 2023, 09:10 PM IST

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ମନସ୍ୱିନୀ ସାହୁଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଦିଗନ୍ତ ରାଉତରାୟଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେ ଅତିରିକ୍ତ ଭାବେ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ତୁଲାଇବେ ।

ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକ ଅତିରିକ୍ତ ଭାବେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ । ସେହିପରି ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ତନ୍ମୟ କୁମାର ଦରୱାନଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଆରତୀ ସାହୁଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି ।

ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ଆରୁଖ ବାଚସ୍ପତି ଥିବାବେଳେ ଶ୍ରୀ କର ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ନାରାୟଣ ଚନ୍ଦ୍ର ନାୟକଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ, ନରେନ୍ଦ୍ର ନାୟକଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ଅତିରିକ୍ତ ଉପଜିଲ୍ଲାପାଳ, ରାଜକିଶୋର ଜେନାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଉପକମିଶନର ଓ ଆଲୋକ କୁମାର ଦେହୁରୀଙ୍କୁ ଆଠଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Related story