/odisha-reporter/media/post_attachments/uploads/2021/12/covid19-1.jpg)
covid19
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ଦିନ ଠାରୁ ଜାନୁଆରୀ ୨ ତାରିଖ ଯାଏ ସାରା ରାଜ୍ୟରେ କଟକଣା କରାଯାଇଥିଲା। ଏବେ ବଡ଼ଦିନ ଓ ନୂଆବର୍ଷ ପାଳନ କଟକଣା ଅବଧିରେ ସଂଶୋଧନ କରାଯାଇଛି। କଟକଣା ଅବଧି ସଂଶୋଧନ ନେଇ SRC କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
ନୂଆ ସଂଶୋଧନ ଅନୁଯାୟୀ, କେବଳ ବଡ଼ଦିନ ଡିସେମ୍ବର ୨୫ରେ ରହିବ କଟକଣା। ତା ପରେ ପୁଣି ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏ କଟକଣା ରହିବ। ଅର୍ଥାତ୍ ପୂର୍ବରୁ ଯେଉଁ ୯ ଦିନ ପାଇଁ କଟକଣା କରାଯାଇଥିଲା। ଏବେ ତାହା ତିନି ଦିନକୁ ହ୍ରାସ କରାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣା ନୋଟିସ ଥିଲା।
କଟକଣାର ଅବଧିରେ ସଂଶୋଧନ କରାଯାଇଥିଲେ ବି ପୂର୍ବଭଳି ଗାଇଡଲାଇନ୍ ବଳବତ୍ତର ରହିବ। ଆସନ୍ତାକାଲି ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ କୁହାଯାଇଛି। ସେଥିପାଇଁ କୋଭିଡ୍ ପ୍ରୋଟୋକଲକୁ ମାନିବାକୁ ପଡ଼ିବ। ପୁଣି ଏଥିପାଇଁ ଜିଲ୍ଲା ପ୍ରଶାସନ ବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବା ସ୍ଥାନୀୟ କର୍ତ୍ତୃପକ୍ଷ ଯଦି କିଛି ନିୟମ କରିଥା’ନ୍ତି, ତା’ହେଲେ ତାକୁ ବି ପାଳନ କରିବାକୁ ପଡ଼ିବ।
ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ନୂଆ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସମସ୍ତ ପ୍ରକାର ମିଳିତ ଭୋଜି ଉପରେ କଟକଣା ଲାଗୁ କରାଯାଇଛି। କାଲିଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।
ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଯାଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ଶେଷକୃତ୍ୟ ସଂପନ୍ନ କରିବାକୁ ଅନୁମତି ମିଳିଛି। ଯେପରି ଅଧିକ ଲୋକଙ୍କ ଭିଡ଼ ନଜମିବ ସେଥିପାଇଁ ଏହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନର ନଜର ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
