Advertisment

ବନ୍ୟପ୍ରାଣୀ ଆକ୍ରମଣରେ ପ୍ରାଣ ହରାଇଲେ ମିଳିବ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବନ୍ୟପ୍ରାଣୀ(ସୁରକ୍ଷା) ସଂଶୋଧିତ ରୁଲସ-୨୦୨୩ ଅନ୍ତର୍ଗତ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଆକ୍ରମଣ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିଛନ୍ତି ।

author-image
Ordigital Desk
undefined

Tiger

ରାଜ୍ୟରେ ବନ୍ୟପ୍ରାଣୀ ଆକ୍ରମଣରେ ଫସଲ କ୍ଷତି,ଘରଦ୍ୱାର ନଷ୍ଟ ଓ ଜୀବନହାନି ଖବର ମଧ୍ୟରେ ରାଜ୍ୟ ସରକାର ବନ୍ୟପ୍ରାଣୀଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କ ନିମନ୍ତେ ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି । ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ପୂର୍ବରୁ ଏହି ରାଶି ୪ଲକ୍ଷ ଟଙ୍କା ରହିଥିଲା ।

Advertisment

ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବନ୍ୟପ୍ରାଣୀ(ସୁରକ୍ଷା) ସଂଶୋଧିତ ରୁଲସ-୨୦୨୩ ଅନ୍ତର୍ଗତ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଆକ୍ରମଣ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିଛନ୍ତି । ବନ୍ୟପ୍ରାଣୀ ଆକ୍ରମଣରେ ମନୁଷ୍ୟର ମୃତ୍ୟୁ ହେଲେ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବାକୁ ଥିବାବେଳେ ଗୁରୁତର ଆହତ ହୋଇ ୬୦ ପ୍ରତିଶତରୁ ଅଧିକ ଅକ୍ଷମ ହେଲେ ଅଢ଼େଇ ଲକ୍ଷ ଟଙ୍କା ଓ ୬୦%ରୁ କମ୍ ଅକ୍ଷମ ହେଲେ ଦେଢ଼ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ଆକ୍ରମଣରେ ଆହତ ହୋଇ ଏକ ସପ୍ତାହରୁ ଅଧିକ ଚିକିତ୍ସିତ ହେଲେ ୧୦ହଜାର ଟଙ୍କା ସହ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଏବଂ ଏକ ସପ୍ତାହରୁ କମ୍ ଅବଧିର ଚିକିତ୍ସା ହେଲେ ୫ହଜାର ଟଙ୍କା ସହ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳିବ ।

ସେହିପରି ବନ୍ୟପ୍ରାଣୀ ଆକ୍ରମଣରେ ଗାଈ ଓ ମଇଁଷିଙ୍କ ମୃତ୍ୟୁ ପାଇଁ ୩୭୫୦୦ଟଙ୍କା ଏବଂ ବଳଦଙ୍କ ମୃତ୍ୟୁ ପାଇଁ ୩୨ହଜାର ଟଙ୍କା, ବାଛୁରୀର ମୃତ୍ୟୁରେ ୫ହଜାର ଟଙ୍କା, ଛେଳି ମେଣ୍ଢାଙ୍କ ପାଇଁ ୪ହଜାର ଟଙ୍କା, ଛେଳିମେଣ୍ଢା ଛୁଆଙ୍କ ମୃତ୍ୟୁରେ ୧୫୦୦ଟଙ୍କା ଅନୁକମ୍ପା ରାଶି ମିଳିବ ।

Advertisment

ବନ୍ୟପ୍ରାଣୀଙ୍କ ଯୋଗୁ ଧାନ ଓ ଅନ୍ୟ ଶସ୍ୟଜାତୀୟ ଫସଲ ନଷ୍ଟ ହେଲେ ଏକର ପିଛା ୨୦ହଜାର ଟଙ୍କା ଏବଂ ଲାଭକରୀ ଫସଲ ନଷ୍ଟ ହେଲେ ଏକର ପିଛା ୨୫ହଜାର ଟଙ୍କା ସହାୟତା ମିଳିବ । ସେହିପରି ଆକ୍ରମଣରେ ଘର ସାମାନ୍ୟ ନଷ୍ଟ ହେଲେ ୧୦ହଜାର ଟଙ୍କା ଏବଂ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେଲେ ୨୦ହଜାର ଟଙ୍କା ସହ ବିଜୁ ପକ୍କାଘର ଅବା ସମ ପରିମାଣର ରାଶି ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି ।

Forest Odisha Forest Dept