ମନଇଚ୍ଛା ଖର୍ଚ୍ଚ ହୋଇଛି ଓଏମସି ସିଏସଆର ପାଣ୍ଠି : କ୍ରୀଡ଼ା ପାଇଁ ୭୬କୋଟି

ଓଏମସି କ୍ରମାଗତ ଲାଭରେ ଚାଲୁଥିଲେ ମଧ୍ୟ ଏହାର ସିଏସଆର ପାଣ୍ଠିକୁ ବିଜେଡି ସରକାର ନିଜର ପକେଟ୍ ଖର୍ଚ୍ଚ ଭଳି ଉପଯୋଗ କରିଛନ୍ତି ।

OMC PhotoET Government

Representational Image

Ordigital Desk
  • Published: Friday, 03 March 2023
  • Updated: 03 March 2023, 09:45 PM IST

ରାଜ୍ୟ ସରକାରଙ୍କ ଲାଭଜନକ ଉଦ୍ୟୋଗ ‘ଓଡ଼ିଶା ଖଣି ନିଗମ’(ଓଏମସି)ର ସିଏସଆର(କର୍ପୋରେଟ ସୋସିଆଲ ରେସପନ୍ସବିଲିଟି) ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରାଯାଇଛି। କମ୍ପାନୀ ଆକ୍ଟରେ ସ୍ଥାପିତ ଓଏମସି କ୍ରମାଗତ ଲାଭରେ ଚାଲୁଥିଲେ ମଧ୍ୟ ଏହାର ସିଏସଆର ପାଣ୍ଠିକୁ ବିଜେଡି ସରକାର ନିଜର ପକେଟ୍ ଖର୍ଚ୍ଚ ଭଳି ଉପଯୋଗ କରିଛନ୍ତି । କ୍ରୀଡ଼ାର ବିକାଶ ନାଁରେ ଓଏମସି ୫ବର୍ଷ ମଧ୍ୟରେ ମୋଟ ୭୬.୮୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମସିର ମୋଟ ସିଏସଆର ପାଣ୍ଠି ଖର୍ଚ୍ଚ ୧୩୨.୭୪କୋଟି ଟଙ୍କା ଥିବା ଜଣାପଡ଼ିଛି।

ତେବେ ଓଏମସି ଯେଉଁ ସବୁ ଉଦ୍ଦେଶ୍ୟ ପାଇଁ ଏହି ସିଏସଆର ପାଣ୍ଠିର ଖର୍ଚ୍ଚ କରିଛି ତାହା ଧର୍ମକୁ ଆଖିଠାର ସଦୃଶ ହୋଇଛି । ସରକାର ନିଜସ୍ୱ ବାର୍ଷିକ ବଜେଟ ବ୍ୟୟବରାଦ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନଥିବାବେଳେ ଓଏମସିର ସିଏସଆର ପାଣ୍ଠିକୁ ସ୍ଥାୟୀ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ନକରି ମନଇଚ୍ଛା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଓଏମସି ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ଟିକସ ଆଦି ପୈଠ ପରେ ମୋଟ୍ ୨୭୩୧.୭୨ କୋଟି ଟଙ୍କା ଲାଭ କରିଥିଲା ।  ୨୦୨୦-୨୧ରେ ୧୫୮୬ କୋଟି, ୨୦୧୯-୨୦ରେ ୭୨୮କୋଟି ଓ ୨୦୧୮-୧୯ରେ ୭୮୯କୋଟି ଟଙ୍କାର ବ୍ୟବସାୟିକ ଲାଭ କରିଥିଲା । ଯଦିଓ କମ୍ପାନୀ ଆକ୍ଟ ଅନୁସାରେ ଲାଭରେ ଚାଲୁଥିବା କମ୍ପାନୀ ନିଜସ୍ୱ ସିଏସଆର ପାଣ୍ଠି ଖର୍ଚ୍ଚ କରିବାକୁ ସକ୍ଷମ କିନ୍ତୁ ଓଏମସି ଯେଉଁଭଳି ଢଙ୍ଗରେ ନିଜର ସିଏସଆର ପାଣ୍ଠିକୁ ଖର୍ଚ୍ଚ କରିଛି ଓ ସରକାର ଏସବୁ ଅର୍ଥକୁ ବିଭିନ୍ନ ନାଁରେ ନେଇଛନ୍ତି ତାହା ପରୋକ୍ଷରେ ଓଏମସି ସିଏସଆର ପାଣ୍ଠିର ଦୁରୂପଯୋଗ ଆଡ଼କୁ ଇସାରା କରୁଛି ।

Also Read

ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଯେ, ସିଏସଆର ପାଣ୍ଠିରୁ ଓଏମସି ୨୦୨୧-୨୨ରେ ୧୩୨.୭୪କୋଟି ଟଙ୍କା, ୨୦୨୦-୨୧ରେ ୧.୨୩ କୋଟି, ୨୦୧୯-୨୦ରେ ୧.୧୬କୋଟି , ୨୦୧୮-୧୯ରେ ୨୧.୨୨କୋଟି ଏବଂ ୨୦୧୭-୧୮ରେ ୨୯.୩୭କୋଟି ଟଙ୍କା ଖର୍ଚ୍ଚ କରିଛି ।

ଅନ୍ୟପକ୍ଷରେ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, କେବଳ କ୍ରୀଡ଼ା କ୍ଷେତ୍ର ପାଇଁ ଓଏମସି ୨୦୧୭-୧୮ରୁ ୨୦୨୧-୨୨ ମସିହା ମଧ୍ୟରେ ମୋଟ ୭୬.୮୪କୋଟି ଟଙ୍କା ଖର୍ଚ୍ଚ କରିଛି । ଅବଶ୍ୟ ଏହି ପାଣ୍ଠିକୁ ଓଏମସି କିଭଳି ସିଧାସଳଖ ବିଭିନ୍ନ ଜିଲ୍ଲାରେ ଖର୍ଚ୍ଚ କଲା ତାହା ଜଣାପଡ଼ିନଥିଲେ ମଧ୍ୟ ୨୦୧୮ ଓ ୨୦୨୨ ବିଶ୍ୱକପ୍ ହକି ମ୍ୟାଚକୁ ଦୃଷ୍ଟିରେ ରଖି ଓଏମସି ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହୋଇଥିବାର ସମ୍ଭାବନା ରହିଛି।

୨୦୧୭-୧୮ରେ  ଓଏମସି ଦ୍ୱାରା କ୍ରୀଡ଼ାର ବିକାଶ ପାଇଁ ୩୬.୪୧କୋଟି ଟଙ୍କା, ୨୦୧୮-୧୯ରେ ୧୩.୪୫କୋଟି ଟଙ୍କା, ୨୦୧୯-୨୦ରେ ୧୩.୦୬କୋଟି ଟଙ୍କା, ୨୦୨୦-୨୧ରେ ୨.୫୩କୋଟିି ଟଙ୍କା, ୨୦୨୧-୨୨ରେ ୧୧.୩୮କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ତା’ପୁଣି କିଛି ଜିଲ୍ଲାରେ କ୍ରୀଡ଼ାର ବିକାଶ ନାଁରେ।

ଓଏମସି ସିଏସଆର ପାଣ୍ଠି ଖର୍ଚ୍ଚ ଉପରେ ଲଗାମ ନଥିବାରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମସିଠାରୁ ୨୫ଟି ଆଦର୍ଶ ସ୍କୁଲ ନିର୍ମାଣ ପାଇଁ ୧୦୦କୋଟି ଟଙ୍କା, ବଲାଙ୍ଗିର ଓ ମୟୂରଭଞ୍ଜରେ କୋଭିଡ୍ ହସ୍ପିଟାଲରେ ଚକ୍ଷୁ ଶିବିର ପାଇଁ ୧୩.୦୩କୋଟି ଟଙ୍କା, ବୃକ୍ଷରୋପଣ ପାଇଁ ୧୦.୦୪କୋଟି ଟଙ୍କା ବ୍ୟୟ ହୋଇଛି । ଓଏମସିର ସିଏସଆର ପାଣ୍ଠି ଖର୍ଚ୍ଚକୁ ନେଇ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଥିବା ସତ୍ତ୍ୱେ ରାଜ୍ୟ ସରକାର ସେସବୁ ପ୍ରତି ଗୁୁରୁତ୍ୱ ନଦେଇ କେବଳ ନିଜ ସୁବିଧା ଅନୁସାରେ ପାଣ୍ଠି ଖର୍ଚ୍ଚ କରିଛନ୍ତି । ଓଏମସିର ପାଣ୍ଠିକୁ ଆଣି କ୍ରୀଡ଼ାର ବିକାଶ ନାଁରେ ସରକାର ନିଜସ୍ୱ ମନମାନୀ ମଧ୍ୟ କରିବାକୁ ପଛାଇନାହାନ୍ତି । ଓଏମସି ପାଣ୍ଠି ଖର୍ଚ୍ଚରେ ନିର୍ଦ୍ଦିଷ୍ଟ ନିୟମକୁ ପାଳନ କରାନଯାଉ ନଥିବାରୁ ସରକାର ନିଜସ୍ୱ ଫାଇଦା ନିମନ୍ତେ ଏହି ଅର୍ଥକୁ ଖର୍ଚ୍ଚ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story