secreteriat
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ଆଜି ଆଉ ୨ଜଣ ସରକାରୀ ଅଧିକାରୀ ଓ ୪ଜଣ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘ଫାଇଭ୍-ଟି’ ଅନ୍ତର୍ଗତ ରାଜ୍ୟ ସରକାର ୨ଜଣ ଇଞ୍ଜିନିୟର ଯଥା- ବରଗଡ଼ରେ ଅବସ୍ଥାପିତ ଆରଡବ୍ଲ୍ୟୁଏସ୍ଏସ୍ର ଏକଜ୍ୟୁକିଟିଭ ଇଞ୍ଜିନିୟର ନାରାୟଣ ତିହାଡ଼ି ଓ ଜନସ୍ୱାସ୍ଥ୍ୟ ବିଭାଗର ସହାୟକ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲଙ୍କୁ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବାବେଳେ ୪ଜଣ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରିଛନ୍ତି ।
ବହିଷ୍କୃତ ସରକାରୀ କର୍ମଚାରୀମାନେ ହେଲେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ସହାୟକ ଇଞ୍ଜିନିୟର ସଞ୍ଜୟ ଚୌଧୁରୀ, ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ପ୍ରଦୀପ ରାୟ, ଜଗତପୁର ଜଳସେଚନ ଡିଭିଜନର ବିଜ୍ଞାନ କୁମାର ବେଉରିଆ ଓ ରାୟଗଡ଼ାରେ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ସହାୟକ ଇଞ୍ଜିନିୟର ଅମୀୟ କୁମାର ସେଠୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରୀ ଭାବେ କୁହାଯାଇଛି ।
ସୂଚନାଯୋଗ୍ୟ ପୂର୍ବରୁ ୩୭ଜଣ ଦାଗୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଅବା ବହିଷ୍କାର କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/secreteriat.jpg)