Advertisment

ପୁଣି ହଜାରେ କୋଟି ଟଙ୍କା ଋଣ ଆଣିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରି ଏକ ହଜାର କୋଟି ଟଙ୍କାର ଋଣ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନିଜର ଷ୍ଟକକୁ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ବିକ୍ରି କରି ଏହି ଋଣ ଆଣିବେ। ଜୁଲାଇ ୨୩ ତାରିଖରେ ଏହି ଷ୍ଟକ୍ ବିକ୍ରିର ନିଲାମୀ ହେବ। ୧୦ବର୍ଷିଆ ଅବଧି ପାଇଁ ୫୦୦କୋଟି ଟଙ୍କାର ଋଣ ଓ ବାକି ୫ବର୍ଷିଆ ଅବଧିରେ ଆଉ ୫୦୦କୋଟି […]

author-image
Manoranjan Sial
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧିକୁ ସ୍ୱାଗତ କଲେ ନବୀନ

CM-on-budget-718x430

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରି ଏକ ହଜାର କୋଟି ଟଙ୍କାର ଋଣ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନିଜର ଷ୍ଟକକୁ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ବିକ୍ରି କରି ଏହି ଋଣ ଆଣିବେ। ଜୁଲାଇ ୨୩ ତାରିଖରେ ଏହି ଷ୍ଟକ୍ ବିକ୍ରିର ନିଲାମୀ ହେବ। ୧୦ବର୍ଷିଆ ଅବଧି ପାଇଁ ୫୦୦କୋଟି ଟଙ୍କାର ଋଣ ଓ ବାକି ୫ବର୍ଷିଆ ଅବଧିରେ ଆଉ ୫୦୦କୋଟି ଟଙ୍କା ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଋଣ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରାୟ ୨୩ହଜାର କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯ ମେ’ ମାସ ସୁଦ୍ଧା ରାଜ୍ୟର ମୋଟ ଋଣଭାର ୮୨,୫୭୦.୬୮ କୋଟି ଟଙ୍କା ରହିଥିଲା।