୧୧ ବରିଷ୍ଠ ଓଏଏସଙ୍କ ବଦଳି, ସୂର୍ଯ୍ୟମାଧବ ପାଣିଗ୍ରାହୀ ଚକବନ୍ଦୀ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୧୧ଜଣ ଓଏଏସ୍ ଅଫିସରଙ୍କର ବଦଳି ହୋଇଛି ଓ ବରିଷ୍ଠ ଓଏଏସ୍ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରେ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁରରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ଓଏଏସ୍ […]

OAS

Ordigital Desk
  • Published: Saturday, 03 September 2022
  • , Updated: 04 September 2022, 07:07 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ମୋଟ ୧୧ଜଣ ଓଏଏସ୍ ଅଫିସରଙ୍କର ବଦଳି ହୋଇଛି ଓ ବରିଷ୍ଠ ଓଏଏସ୍ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରେ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁରରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ଓଏଏସ୍ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସଡ଼କ ପରିବହନ ନିଗମରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଆରାଧନା ଦାସଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ, ବିଶିକେଶନ ଦେହୁରୀଙ୍କୁ ରାଜ୍ୟ ସଡ଼କ ପରିବହନ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି ହୋଇଛି । ସେହିପରି ସ୍ମିତା ବିଶ୍ୱାଳଙ୍କ ବଦଳି ବାତିଲ କରାଯାଇ ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ସେହିପରି ଖୋର୍ଦ୍ଧାର ଅତିରିକ୍ତ ଉପଜିଲ୍ଲାପାଳ ରଶ୍ମିତାରାଣୀ ତରାସିଆଙ୍କୁ ରାଜ୍ୟ ଗୃହନିର୍ମାଣ ବୋର୍ଡର ସଚିବ ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଲଲାଟ କୁମାର ଲୁହଙ୍କୁ ବରଗଡ଼ ଉପଜିଳ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଅଭିମୁନ୍ୟୁ ମାଝୀଙ୍କୁ ପାନପୋଷ ଉପଜିଲ୍ଲାପାଳ ଓ ବେଣୁଧର ଶବରଙ୍କୁ ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି ।

Related story