ଏଥର ମାଟ୍ରିକରେ ୫.୮୫ ଲକ୍ଷ ଓ ଯୁକ୍ତ ଦୁଇରେ ୩.୨୧ଲକ୍ଷ ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ରୁ ଯୁକ୍ତ ଦୁଇ ଓ ୨୯ରୁ ମାଟ୍ରିକ ପରୀକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପ୍ରତ୍ୟେକ ସେକ୍ଟର ଦାୟିତ୍ୱରେ ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ମାଟ୍ରିକରେ ମୋଟ ୫ଲକ୍ଷ ୮୫ହଜାର ୭୩୦ଜଣ ଓ ଯୁକ୍ତ ଦୁଇରେ ୩ଲକ୍ଷ ୨୧ହଜାର ୫୦୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନୋଡାଲ ସେଂଟରଗୁଡ଼ିକୁ ପ୍ରଶ୍ନ ଓ ଉତ୍ତର […]

MATRIC

MATRIC

Ordigital Desk
  • Published: Friday, 22 April 2022
  • Updated: 22 April 2022, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୮ରୁ ଯୁକ୍ତ ଦୁଇ ଓ ୨୯ରୁ ମାଟ୍ରିକ ପରୀକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପ୍ରତ୍ୟେକ ସେକ୍ଟର ଦାୟିତ୍ୱରେ ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ମାଟ୍ରିକରେ ମୋଟ ୫ଲକ୍ଷ ୮୫ହଜାର ୭୩୦ଜଣ ଓ ଯୁକ୍ତ ଦୁଇରେ ୩ଲକ୍ଷ ୨୧ହଜାର ୫୦୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନୋଡାଲ ସେଂଟରଗୁଡ଼ିକୁ ପ୍ରଶ୍ନ ଓ ଉତ୍ତର ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆଜି ଉଭୟ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ପରିଚାଳନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରରେ ସୁରକ୍ଷିତ ରଖିବାଠୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତାକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇବା, ପରୀକ୍ଷା ପରିଚାଳନା, ଉତ୍ତର ଖାତାଗୁଡ଼ିକୁ ମୂଲ୍ୟାୟନ କେନ୍ଦ୍ରକୁ ପରିବହନ ଓ ମୂଲ୍ୟାୟନ ଆଦି ସମସ୍ତ ପର୍ଯ୍ୟାୟକୁ ଶୃଙ୍ଖଳିତ କରିବା କରିବା ଦିଗରେ ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଆଜି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲକୁ କେତେକ କ୍ଲଷ୍ଟରରେ ପରିଣତ କରି ଜଣେ ଲେଖାଏଁ ଦାୟିତ୍ୱସମ୍ପନ୍ନ ଅଧିକାରୀଙ୍କୁ ପ୍ରତି ସେକ୍ଟରର ସମସ୍ତ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତିି । ପରୀକ୍ଷା ପାଇଁ ଆଇନ ଶୃଙ୍ଖଳା ନିମନ୍ତେ ପ୍ରତି ସେକ୍ଟରୱାରି ଆବଶ୍ୟକ ପୁଲିସ ଓ ଗାଡ଼ି ଆଦି ମୁତୟନ କରିବାକୁ ମଧ୍ୟ ମୁଖ୍ୟ ସଚିବ ପରାମର୍ଶ ଦେବା ସହ ସୋସିଆଲ ମିଡିଆରେ ନକଲି ପ୍ରଶ୍ନପତ୍ର ସଂଚାର କରୁଥିବା ବ୍ୟକ୍ତି ଓ ପ୍ରଶ୍ନପତ୍ର ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୫.୮୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିରେ ୪୪୪୩ଜଣ ମଧ୍ୟମା ଓ ୯୩୭୮ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩୫୪୦ଟି କେନ୍ଦ୍ର ଓ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି ।

ସେହିପରି ଚଳିତବର୍ଷ ୩ଲକ୍ଷ ୨୧ହଜାର ୫୦୮ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରୁ ୨ ଲକ୍ଷ ୧୩ହଜାର ୪୩୨ଜଣ କଳା, ୭୮୦୭୭ଜଣ ବିଜ୍ଞାନ ଓ ୨୪୧୩୬ଜଣ ବାଣିଜ୍ୟ ଓ ୫୮୬୩ଜଣ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଅଛନ୍ତି । ଏହି ଯୁକ୍ତ ଦୁଇ ପରୀକ୍ଷା ପାଇଁ ମୋଟ ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌(ନୋଡାଲ କେନ୍ଦ୍ର) କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ ଅବା ପାଖ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story