Advertisment

ସ୍କ୍ରାପ୍ ହେବ ପୁରୁଣା ଗାଡ଼ି, ଗାଇଡଲାଇନକୁ ଅପେକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଦିନ ତଳେ କେନ୍ଦ୍ର ସରକାର ପୁରୁଣା ଗାଡ଼ିର ସ୍କ୍ରାପିଂ ନୀତିର ଘୋଷଣା କରିଥିଲେ। ଏହି ନୂଆ ନୀତି ଆଧାରରେ ଏବେ ଗାଡ଼ିଗୁଡିକର ବୟସ ନୁହେଁ ବରଂ ଅନଫିଟ୍ ଦେଖି ଏହାକୁ ସ୍କ୍ରାପ୍ କରାଯିବ। ଯଦି ଗାଡିଟି ଅନୁପଯୁକ୍ତ, ଏହାକୁ କବାଡ଼ିକୁ ପଠାଇ ଦିଆଯିବ। ପ୍ରଦୂଷଣକାରୀ ପୁରୁଣା ଗାଡ଼ି ଫିଟନେସ୍ ଟେଷ୍ଟରେ ଫେଲ୍ ହେଲେ ଏହାର ସ୍କ୍ରାପ୍ ହେବ। ଏହା ବଦଳରେ ନୂଆ ଗାଡ଼ି କିଣାରେ ଗ୍ରାହକଙ୍କୁ ପଞ୍ଜୀକରଣ ଫି ଛାଡ଼ ସହ ଆର୍ଥିକ […]

ଅଦ୍ୟତନ ହୋଇଛି
ସ୍କ୍ରାପ୍ ହେବ ପୁରୁଣା ଗାଡ଼ି, ଗାଇଡଲାଇନକୁ ଅପେକ୍ଷା

vehicle

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଦିନ ତଳେ କେନ୍ଦ୍ର ସରକାର ପୁରୁଣା ଗାଡ଼ିର ସ୍କ୍ରାପିଂ ନୀତିର ଘୋଷଣା କରିଥିଲେ। ଏହି ନୂଆ ନୀତି ଆଧାରରେ ଏବେ ଗାଡ଼ିଗୁଡିକର ବୟସ ନୁହେଁ ବରଂ ଅନଫିଟ୍ ଦେଖି ଏହାକୁ ସ୍କ୍ରାପ୍ କରାଯିବ। ଯଦି ଗାଡିଟି ଅନୁପଯୁକ୍ତ, ଏହାକୁ କବାଡ଼ିକୁ ପଠାଇ ଦିଆଯିବ। ପ୍ରଦୂଷଣକାରୀ ପୁରୁଣା ଗାଡ଼ି ଫିଟନେସ୍ ଟେଷ୍ଟରେ ଫେଲ୍ ହେଲେ ଏହାର ସ୍କ୍ରାପ୍ ହେବ। ଏହା ବଦଳରେ ନୂଆ ଗାଡ଼ି କିଣାରେ ଗ୍ରାହକଙ୍କୁ ପଞ୍ଜୀକରଣ ଫି ଛାଡ଼ ସହ ଆର୍ଥିକ ସୁବିଧା ସୁଯୋଗ ମିଳିବ।

Advertisment

୧୫ ବର୍ଷରୁ ପୁରୁଣା ସବୁ ବାଣିଜ୍ୟିକ ଯାନ ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିର ହେବ ଫିଟନେସ୍ ଟେଷ୍ଟ। ଯେଉଁ ଗାଡ଼ି ଟେଷ୍ଟରେ ବିଫଳ ହେବ, ତାହା ସ୍କ୍ରାପରେ ପରିଣତ ହେବ। ଯେଉଁମାନଙ୍କର ଗାଡ଼ି ସ୍କ୍ରାପ୍ ହେବ, ସେମାନଙ୍କୁ ଏକ ସାର୍ଟିଫିକେଟ୍ ମିଳିବ। ଯେତେବେଳେ ଗ୍ରାହକ ନୂଆ ଗାଡ଼ି କିଣିବେ, ସାର୍ଟିଫିକେଟ୍ ଦେଖାଇଲେ ପଞ୍ଜୀକରଣ ଫି ଛାଡ଼ ହେବ। ସେହିଭଳି ନୂଆ ଗାଡ଼ି କିଣିଲା ବେଳେ ୫% ରିହାତି ଦେବାକୁ ଗାଡ଼ି ନିର୍ମାତାଙ୍କୁ ଆଡଭାଇଜରି ଜାରି ହେବ। ସେହିପରି ରୋଡ୍ ଟ୍ୟାକ୍ସରେ ୨୫% ଯାଏଁ ରିହାତି ଦେବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେବେ। ଏସବୁ ବ୍ୟବସ୍ଥା ଥିବା ବହୁ ପ୍ରତୀକ୍ଷିତ ସ୍ୱେଚ୍ଛାଧୀନ ଗାଡ଼ି ସ୍କ୍ରାପେଜ୍ ନୀତିକୁ ଗତ ଅଗଷ୍ଟ ୧୩ ତାରିଖରେ ଗୁଜରାଟ ଇନଭେଷ୍ଟର ସମ୍ମିଟରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ନୀତି ଅଧୀନରେ ୨୦୨୩ ଏପ୍ରିଲରୁ ପୁରୁଣା ଭାରି ବାଣିଜ୍ୟିକ ଯାନ ଓ ୨୦୨୪ ଜୁନରୁ ପର୍ଯ୍ୟାୟକ୍ରମେ ଅନ୍ୟସବୁ ଗାଡ଼ିର ଫିଟେନସ୍ ଟେଷ୍ଟ ହେବ। ଏଥିଲାଗି ଦେଶବ୍ୟାପୀ ପାଖାପାଖି ୫ ଶହ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍ ଓ ୬୦ରୁ ୭୦ଟି ପଞ୍ଜୀକୃତ ଭେଇକିଲ୍ ସ୍କ୍ରାପିଂ ସେଣ୍ଟର ସ୍ଥାପନ ହେବ, ଯାହାକି ଦେଶକୁ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବ। ଏହା ସହ ଦେଶରେ ସୃଷ୍ଟିହେବ ୩୫ ହଜାର ନୂଆ କର୍ମନିଯୁକ୍ତି ସୁଯୋଗ। ହେଲେ ସ୍କ୍ରାପେଜ୍ ନୀତି ଯୋଗୁ ଟ୍ୟାକ୍ସି କିମ୍ବା ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣି ପରିବାର ପୋଷୁଥିବା ଲୋକେ ହଇରାଣ ହେବେ ବୋଲି କହିଛନ୍ତି କାର୍ ମେକାନିକ୍। ନୀତିର ବାସ୍ତବିକ୍ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ।

Advertisment

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିକଟରେ ଲୋକସଭାରେ ଦେଇଥିବା ତଥ୍ୟ କହୁଛି, ସାରା ଦେଶରେ ୪ କୋଟିରୁ ଅଧିକ ପୁରୁଣା ଗାଡ଼ି ରହିଛି। ସେଥିରୁ ୨ କୋଟି ୪ଲକ୍ଷ ୮୬ ହଜାର ଗାଡ଼ି ୨୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ଆଉ ୧ କୋଟି ୯୭ ଲକ୍ଷ ୯୮ ହଜାର ଗାଡ଼ି ୧୫ ବର୍ଷରୁ ଅଧିକ ଦିନର ରହିଛି। ଓଡ଼ିଶାରେ ୧୬ ଲକ୍ଷ ୬୧ ହଜାର ପୁରୁଣା ଗାଡ଼ି ରହିଛି। ଏଗୁଡ଼ିକ ମଧ୍ୟରୁ ୮ ଲକ୍ଷ ୨୮ ହଜାର ୧୦୭ଟି ଗାଡ଼ି ୨୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲା ବେଳେ ୮ ଲକ୍ଷ ୩୩ ହଜାର ୬୩ଟି ଗାଡ଼ି ୧୫ ବର୍ଷରୁ ଅଧିକ ପୁରୁଣା।

ସେପଟେ ରାଜ୍ୟରେ ସ୍କ୍ରାପେଜ୍ ପଲିସିର କାର୍ଯ୍ୟକାରିତା ନେଇ ପରିବହନ ମନ୍ତ୍ରୀ କହିଛନ୍ତି, ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗାଇଡଲାଇନ୍ ଆସିବା ପରେ ତାହାର ଅନୁଧ୍ୟାନ କରି କାର୍ଯ୍ୟକାରୀ କରାଯିବ।

Vehicle Scrappage Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe