କାର୍ଯ୍ୟରତ ଡାକ୍ତରଙ୍କ ସଂଖ୍ୟା: ଦୁଇ ବିଧାୟକଙ୍କୁ ଅଲଗା ଉତ୍ତର ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେ ଓ ମୋହନ ମାଝୀଙ୍କୁ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି ।

doctor PhotoOR

representational image

Ordigital Desk
  • Published: Monday, 27 February 2023
  • Updated: 27 February 2023, 10:48 PM IST

Sports

Latest News

ରାଜ୍ୟରେ ଏବେ କେତେଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେ ଓ ମୋହନ ମାଝୀଙ୍କୁ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି । ଯାହାକୁ ନେଇ ଏଭଳି ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୦୭୭୪ ଥିବାବେଳେ ସେଥିରୁ ୮୨୧୩ଜଣ ବିଭିନ୍ନ ବର୍ଗର ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି ବିଧାୟିକା ଶ୍ରୀମତୀ ଟେଟେଙ୍କୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ଲିଖିତ ଭାବେ ଜଣାଇଥିବାବେଳେ ଏବେ ରାଜ୍ୟରେ ୭୧୮୦ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି ବିଧାୟକ ମୋହନ ମାଝୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ବିଭ୍ରାନ୍ତିକର ତଥ୍ୟ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର କାର୍ଯ୍ୟ କରୁଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ଆଜି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୧୦୭୭୪ଟି ଡାକ୍ତରୀ ପଦବୀ ରହିଥିବାବେଳେ ସେଥିରୁ ୭୧୮୦ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ଓ ୩୫୯୪ଟି ଡାକ୍ତରୀ ପଦବୀ ଖାଲି ପଡ଼ିଛି । ଏହି ଖାଲିଥିବା ପଦବୀଗୁଡ଼ିକରେ ୩୭ଜଣ ଡାକ୍ତରଙ୍କୁ ଆଡହକ୍ ନିଯୁକ୍ତି, ୯୧୮ଜଣଙ୍କୁ ଠିକାରେ ନିଯୁକ୍ତି, ୭ଜଣ ଡାକ୍ତରଙ୍କୁ କର୍ପସ ଫଣ୍ଡ ଓ ୭୧ଜଣ ଡାକ୍ତରଙ୍କୁ ଡିଏମଏଫ ପାଣ୍ଠି ମାଧ୍ୟମରେ ନିଯୁକ୍ତି ଦିଆଯାଇଛି ।

Also Read

ଏହାବ୍ୟତୀତ ୨୬୬ଜଣ ଡାକ୍ତରଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ଡେପୁଟେସନରେ ପଠାଯାଇଛି । ୧୩୮ଜଣ ଡାକ୍ତର ଦୀର୍ଘକାଳୀନ ଛୁଟିରେ ଅଛନ୍ତି । ସେହିପରି ବିଭିନ୍ନ ଜିଲ୍ଲାରେ ଉଭୟ ପ୍ରଶାସନିକ ତଥା ରୋଗୀ ସେବାରେ ନିୟୋଜିତ ଥିବହା ଡାକ୍ତରଙ୍କ ସଂଖ୍ୟା ୪୫୯୧ଜଣ । ପ୍ରଶାସନିକ କ୍ଷେତ୍ରରେ ନିୟୋଜିତ ଥିବା ଡାକ୍ତରମାନେ ଆବଶ୍ୟକସ୍ଥଳେ ପ୍ରତ୍ୟକ୍ଷ ରୋଗୀ ସେବାରେ ମଧ୍ୟ ନିୟୋଜିତ ଅଛନ୍ତି ।

ଅନ୍ୟପକ୍ଷରେ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ୱ୍ୟମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୦୭୭୪ ଓ ଏବେସୁଦ୍ଧା  ଏହି ପଦବୀରେ ୮୨୧୩ଜଣ ବିଭିନ୍ନ ବର୍ଗର ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏହି ଡାକ୍ତରମାନଙ୍କ ମଧ୍ୟରୁ ୧୩୮ଜଣ ଦୀର୍ଘକାଳୀନ ଛୁଟିରେ ଥିବାବେଳେ ୬୮ଜଣ ଡାକ୍ତରଙ୍କ ବଦଳି ହେଲାପରେ ସେମାନେ ନିଜ ସ୍ଥାନରେ ଯୋଗ ଦେଇନାହାନ୍ତି । ଏହି ଅନୁପସ୍ଥିତ ଡାକ୍ତରମାନଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ତେବେ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର କାର୍ଯ୍ୟ କରୁଛନ୍ତି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ସେଥିରୁ କ’ଣ ଠିକ୍ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story