କଟକ(ଓଡ଼ିଶା ରିପୋର୍ଟର): ୫ ହଜାର ଟଙ୍କାର ତଣ୍ଡ ଦେବେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
୨୦୧୯ ବିଧାନସଭା ନିର୍ବାଚନରେ ଅନିୟମିତତା କରି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବା ଅଭିଯୋଗ ଆଣିଥିଲେ ପରାଜିତ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଏହି ଅଭିଯୋଗର ବିଚାର କରି ନିର୍ବାଚନ କୁ ଆସିଦ୍ଧ ଘୋଷଣା କରିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଇଲେକ୍ସନ ପିଟିସନ ଦାଖଲ କରିଥିଲେ ଦେବାଶିଷ ।
ତେବେ ଦେବାଶିଷଙ୍କ ମାମଲାରେ ବିଚରାଯୋଗ୍ୟ ତଥ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ବିଧାୟକ ମହମ୍ମଦ ମୋକିମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ କୋର୍ଟ ଖାରଜ କରିବା ସହ ପ୍ରତିପକ୍ଷଙ୍କୁ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଦେବାଶିଷଙ୍କ ଇଲେକ୍ସନ ପିଟିସନକୁ କୋର୍ଟ କାୟମ ରଖିଛନ୍ତି। ଆସନ୍ତା ୨୯ ତାରିଖରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।