Advertisment

ଆଗକୁ ବଢ଼ିପାରୁନି ମୌସୁମୀ, ଆସନ୍ତା ୪ ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ବଢ଼ିପାରୁନି ମୌସୁମୀ ବାୟୁ। ତେଣୁ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ, ସେ ନେଇ କିଛି ବି ଆକଳନ କରାଯାଇପାରୁନି। ଆଜି ଏନେଇ ପାଣିପାଗ ବିଜ୍ଞାନୀ ଆର. କେ. ଜେନାମଣି ସୂଚନା ଦେଇଛନ୍ତି। ତେଣୁ ଚାଷ କାର୍ଯ୍ୟ କରିବାକୁ ମୌସୁମୀକୁ ଚାହିଁ ବସିଥିବା ଚାଷୀଙ୍କୁ ଆହୁରି ପ୍ରତୀକ୍ଷା କରିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଶ୍ରୀ ଜେନାମଣିଙ୍କ ସୂଚନା ମୁତାବକ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଆଗକୁ ବଢ଼ିପାରୁନି ମୌସୁମୀ, ଆସନ୍ତା ୪ ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ

Mansoon

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ବଢ଼ିପାରୁନି ମୌସୁମୀ ବାୟୁ। ତେଣୁ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ, ସେ ନେଇ କିଛି ବି ଆକଳନ କରାଯାଇପାରୁନି। ଆଜି ଏନେଇ ପାଣିପାଗ ବିଜ୍ଞାନୀ ଆର. କେ. ଜେନାମଣି ସୂଚନା ଦେଇଛନ୍ତି। ତେଣୁ ଚାଷ କାର୍ଯ୍ୟ କରିବାକୁ ମୌସୁମୀକୁ ଚାହିଁ ବସିଥିବା ଚାଷୀଙ୍କୁ ଆହୁରି ପ୍ରତୀକ୍ଷା କରିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Advertisment

ଶ୍ରୀ ଜେନାମଣିଙ୍କ ସୂଚନା ମୁତାବକ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ। ଯାହା ପୂର୍ବ ଆକଳନ ମୁତାବକ ଜୁନ୍ ୧୨କୁ ଓଡ଼ିଶା ଛୁଇଁ ନ ପାରେ। ଆକାଶରେ ବାଦଲ ଓ ପବନ ରହିଛି। ହେଲେ ମୌସୁମୀ ଆଗମନରେ ଅନେକ ସ୍ଥିତି ପ୍ରତିବନ୍ଧକ ହୋଇଛି। ପ୍ରଥମତଃ ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଯାହା ମୌସୁମୀ ଆଗକୁ ବଢ଼ିବାରେ ବାଟ ରୋକିଛି। ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନାହିଁ। ସିଗନାଲ ଅପେକ୍ଷାରେ ସମସ୍ତେ ରହିଛନ୍ତି ତେବେ ଗତ ୩୧ ମେ ପରେ ତାମିଲନାଡ଼ୁ, ବେଙ୍ଗାଲୁରୁ, ଭେଲୁର, ପୁଡ଼ୁଚେରୀ ପ୍ରଭୃତିରେ ଭଲ ବର୍ଷା ହୋଇଛି। ଉତ୍ତରପୂର୍ବ ଭାରତର ରାଜ୍ୟ ମାନଙ୍କରେ ମଧ୍ୟ ମୌସୁମୀ ପହଞ୍ଚିବା ପରେ ଭଲ ବର୍ଷା ଅନୁଭୂତ ହୋଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଓ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରୁ ମୌସୁମୀ ଓଡ଼ିଶା ପହଞ୍ଚିବାରେ ବାଧା ଉପୁଜିଛି।

ତେଣେ ପାଣିପାଗ ବିଭାଗର ଆଉ ଏକ ସୂଚନା ମୁତାବକ, ପୂର୍ବ ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି ହୋଇଛି।

Advertisment