Advertisment

ନବଙ୍କୁ ଗୁଳି ଘଟଣା: ଅଭିଯୁକ୍ତ ଏଏସ୍‌ଆଇଙ୍କ ରୋଗ କହିଲେ ଡାକ୍ତର

ଡାକ୍ତର କହିଛନ୍ତି, ପ୍ରାୟ ଆଠ ଦଶ ବର୍ଷ ତଳେ ଗୋପାଳ ପ୍ରଥମେ କ୍ଲିନିକ୍‌କୁ ଆସିଥିଲେ। ସେତେବେଳେ ସେ ଖୁବ୍ ରାଗୁଥିଲେ। ଅନ୍ୟମାନଙ୍କୁ ମାରପିଟ୍ କରୁଥିଲେ। ଶୋଉ ନ ଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
doctor

Doctor

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲେ ଏଏସ୍‌ଆଇ ଗୋପାଳ ଦାସ ? ତାକୁ ନେଇ ସବୁଠି ଆଲୋଚନା। ଗୋପାଳଙ୍କ ମାନସିକ ସ୍ଥିତି ଭଲ ନ ଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିଛି। ଗୋପାଳଙ୍କୁ ଚିକିତ୍ସା କରୁଥିବା ଏମ୍‌କେସିଜିର ମାନସିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି, ଗୋପାଳ ଦାସଙ୍କ ଠାରେ ବାଇପୋଲାର ଡିଜଅର୍ଡର ଥିଲା। ୮ ଦଶ ବର୍ଷ ତଳେ ସେ ପ୍ରଥମେ କ୍ଲିନିକ୍‌କୁ ଆସିଥିଲେ। ସେତେବେଳେ ସେ ଖୁବ୍ ରାଗୁଥିଲେ। ଅନ୍ୟମାନଙ୍କୁ ମାରପିଟ୍ କରୁଥିଲେ। ଶୋଉ ନ ଥିଲେ। ସେଥିପାଇଁ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ଥିତି ସ୍ୱଭାବିକ ହେଉଥିଲା। ବିଭିନ୍ନ ସମୟରେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲେ। ଏହା ପରେ ସେ ନିୟମିତ ଔଷଧ ଖାଉ ଥିଲେ ନା ନାହିଁ ଜାଣିନି। କାରଣ ତାଙ୍କ ଦେଖାରଖା ଦାୟିତ୍ୱ ପରିବାର ଲୋକ ନେବା କଥା।

Advertisment

ସେ ଆକ୍ରାନ୍ତ ହୋଇଥିବା ରୋଗ ପାଇଁ ନିୟମିତ ଚିକିତ୍ସା ଦରକାର ଥିଲା। ସେ ନିୟମିତ ଚିକିତ୍ସାରେ ରହୁଥିଲେ କି ନାହିଁ ଜାଣିନି। ନିୟମିତ ଔଷଧ ସେବନ ନ କଲେ ଏହି ରୋଗ ପୁଣି ଆକ୍ରାନ୍ତ କରିପାରେ। ପ୍ରାୟ ବର୍ଷେ ତଳେ ସେ ଚେକ୍ଅପ ପାଇଁ ଆସିଥିଲେ। ଏବେ ଘଟିଥିବା ଘଟଣା ତାଙ୍କ ଠାରେ ରହିଥିବା ମାନସିକ ରୋଗ ପାଇଁ ହୋଇଛି ନା, ଏହା ପଛରେ ଅନ୍ୟ କେଉଁ କାରଣ ରହିଛି ତାହା କହିବା ମୁସକିଲ ବୋଲି ଡାକ୍ତର କହିଛନ୍ତି।

Odisha Police Health Minister Naba Das Shootout