Advertisment

ନବଙ୍କ ଉପରକୁ ଗୋପାଳ କାହିଁକି ଗୁଳି କଲେ ? ପତ୍ନୀ ରଖିଲେ ପ୍ରତିକ୍ରିୟା

ଏଏସ୍‌ଆଇ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ସ୍ୱାମୀ ୮ ବର୍ଷ ହେବ ମାନସୀକ ଅସୁସ୍ଥ ଥିଲେ। ତେଣୁ ମେଡିସିନ୍‌ ଖାଉଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Jayanti and ASI Gopal Das

Jayanti and ASI Gopal Das

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଏଏସ୍‌ଆଇ ଗୋପାଳ ଦାସ କହିଁକି ଗୁଳି ଚଳାଇଲେ। ଯାହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଅନ୍ୟପଟେ ଗୋପାଳଙ୍କ ପତ୍ନୀ ଓ ପୁଅଙ୍କ ପ୍ରତିକ୍ରିୟା ମିଳିଛି। ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ‘ସ୍ୱାମୀଙ୍କ ସହ ନବ ଦାସଙ୍କର କୌଣସି ଶତ୍ରୁତା ଥିବା କଥା ମୁଁ ଜାଣିନି। ନବଙ୍କ ବିଷୟରେ କେବେବି କୌଣସି କଥା ତାଙ୍କ ପାଟିରୁ ଶୁଣିନି। ଏ ଘଟଣା ଶୁଣିବା ପରେ ମୋର ବି ମୁଣ୍ଡ କାମ ଦେଉନି। ସେ ଝାରସୁଗୁଡ଼ାରେ ପ୍ରାୟ ୧୩ ବର୍ଷ ହେବ ରହିଛନ୍ତି। ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା। ସେ କେତେ ଭଲ ଓ ଖରାପ ତାଙ୍କ ସହକର୍ମୀଙ୍କୁ ମଧ୍ୟ ପଚାରି ବୁଝି ହେବ। ସେ ପ୍ରାୟ ୫ ମାସ ତଳେ ଛୁଟିରେ ଘରକୁ ଆସିଥିଲେ। ୧୫ ଦିନ ତଳେ ତାଙ୍କ ନିକଟକୁ ବୁଲିବା ପାଇଁ ମଧ୍ୟ ଯାଇଥିଲି। ଶେଷଥର ପାଇଁ ଗତକାଲି ତାଙ୍କ ସହ କଥା ମଧ୍ୟ ହୋଇଥିଲି। କଥାବାର୍ତ୍ତା ସ୍ୱାଭାବିକ ଥିଲା। ଆଜି ତାଙ୍କ ସହ କଥାବାର୍ତ୍ତା ହୋଇନାହିଁ। ଆଜି ସକାଳେ ଝିଅ ପାଖକୁ ଭିଡ଼ିଓ କଲ୍ କରି କଥାବାର୍ତ୍ତା ହୋଇଥିଲେ। ପରେ କେହି ଫୋନ୍‌ କରିବାରୁ ରଖି ଦେଇଥିଲେ। ଏହାର ଦୁଇଘଣ୍ଟା ପରେ ଏସବୁ ଘଟଣା ଶୁଣିବାକୁ ମିଳୁଛି। ପ୍ରକୃତ କଥା ଜାଣିବା ପାଇଁ ତାଙ୍କ ନିକଟକୁ ଝିଅ ଫୋନ୍ କରିଥିଲା। ଫୋନ୍ ରିଙ୍ଗ ହେଲା, ହେଲେ ସେ ଉଠାଇଲେ ନାହିଁ। ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ତେଣୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଫୋନ୍ କରିଥିଲି। ସେ ଫୋନ୍ ଉଠାଇଥିଲେ। ମୁଁ ଏବେ କିଛି କହିପାରିବିନି ବୋଲି ଜଣାଇ ଅଧିକାରୀ ଜଣକ ଫୋନ୍ ରଖି ଦେଇଥିଲେ।’

Advertisment

ଜୟନ୍ତୀ ଆହୁରି କହିଛନ୍ତି, ‘ସ୍ୱାମୀ ପ୍ରଥମେ କନେଷ୍ଟବଳ ଥିଲେ। ପରେ ପ୍ରମୋସନ ପାଇ ଏଏସ୍‌ଆଇ ହୋଇଥିଲେ। ଝାରସୁଗଡ଼ାରେ ଏକଲା ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ତେବେ ସେ ୮ ବର୍ଷ ହେବ ମାନସୀକ ଅସୁସ୍ଥ ଥିଲେ। ତେଣୁ ମେଡିସିନ୍‌ ଖାଉଥିଲେ। କୁଲାବୀରା ଥାନାରେ ଥିବା ବେଳେ ହଠାତ୍ ଥାନା ଛାଡ଼ି କେଉଁ ଆଡେ ପଳାଇଥିଲେ। ଖୋଜାଖୋଜି କରି ପାଇବା ପରେ ଚିକିତ୍ସା କରାଯାଇଥିଲା। ଯାହା ପରେ ସେ ଡାକ୍ତରଙ୍କ କହିବା ମୁତାବକ ଔଷଧ ଖାଉଥିଲେ। ତାଙ୍କ ବାକ୍ ଶକ୍ତି ଶିଥିଳ ହୋଇଯାଇଥିଲା। ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିଲେ।’

ସେହିପରି ଗୋପାଳଙ୍କ ପୁଅ ମଧ୍ୟ କହିଛନ୍ତି, ‘ବାପାଙ୍କ ଦେହ ଖରାପ ଥିଲା। ସେ ଠିକ୍‌ ଭାବେ କଥାବାର୍ତ୍ତା କରି ପାରୁ ନ ଥିଲେ। ମେଡିସିନ୍‌ ମଧ୍ୟ ଠିକ୍ ସମୟରେ ଖାଉ ନ ଥିଲେ। ଦୀର୍ଘଦିନ ହେବ ବାପାଙ୍କୁ ଛୁଟି ଦିଆଯାଉ ନ ଥିଲା। ଗତ ଦଶହରା ସମୟରେ ଡାକ୍ତର ପରାମର୍ଶ ନିମନ୍ତେ ତାଙ୍କୁ ଛୁଟି ଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରିଥିଲୁ। ହେଲେ ଛୁଟି ମିଳୁ ନ ଥିଲା। ଏବେ ଘଟିଥିବା ଘଟଣାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି।’

Advertisment
Odisha Police Health Minister Naba Das Crime Branch