Advertisment

‘ଏଭଳି ବର୍ବରୋଚିତ କାଣ୍ଡକୁ ନିନ୍ଦା କରୁଛି’

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସେ ରାଜ୍ୟବାସୀଙ୍କୁ ସୁରକ୍ଷା କେମିତି ଦେବେ ?

author-image
Niranjan Mishra
Narasingha mishra

Narasingha mishra

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏଭଳି ବର୍ବରୋଚିତ କାଣ୍ଡକୁ ନିନ୍ଦା କରିବା ସହ ସେ କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ବି ନାହିଁ। ଏଠାରେ ଆଇନର ଶାସନ ଚାଲିନି। ଯେଉଁ ସ୍ଥାନରେ ସରକାର ଗୁଣ୍ଡାମାନଙ୍କୁ ରାଜନୀତି କରିବା ଉଦ୍ଦେଶ୍ୟରେ ବ୍ୟବହାର କରେ ଏବଂ ଏଭଳି ଚରିତ୍ରର ଲୋକଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଯାଏ, ନିର୍ବାଚନ ଜିତିବା ପାଇଁ ନାମୀଦାମୀ ଗୁଣ୍ଡାମାନଙ୍କ ସାହାଯ୍ୟ ନିଆଯାଏ, ଏଭଳି ହେବା ସ୍ୱାଭାବିକ। ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାହା ପୁଣି ପୁଲିସ ଦ୍ୱାରା, ପୁଲିସ ପୋଷାକରେ, ପୁଲିସ ଅସ୍ତ୍ରରେ।

Advertisment

ରାଜ୍ୟରେ ଜଣେ ଡିଜି ଅଛନ୍ତି ବୋଲି ରାଜ୍ୟବାସୀ ଅନୁଭବ କରୁନାହାନ୍ତି। ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ସେ ରାଜ୍ୟବାସୀଙ୍କୁ ସୁରକ୍ଷା କେମିତି ଦେବେ ? ତେଣୁ ନୈତିକତା ବୋଲି ଯଦି କିଛି ଅଛି ତେବେ ମୁଖ୍ୟମନ୍ତ୍ରୀ କ’ଣ କରିବା ଉଚିତ୍ ନିଜେ ବିଚାର କରନ୍ତୁ।

ଓଡ଼ିଶାରେ ବହୁତ ଭଲ ପୁଲିସ ଅଧିକାରୀ ଅଛନ୍ତି। ଅତୀତରେ ଅନେକ ମାମଲାକୁ ସମାଧାନ କରି ସେମାନେ ପାରିବା ଆପଣା ଦେଖାଇଛନ୍ତି। ଯେଉଁ ରାଜ୍ୟରେ ଜେଲ୍‌ ଭିତରେ ଜଣେ କଏଦୀର ମୃତ୍ୟୁ ହେଉଛି ଓ ଏହା ହତ୍ୟା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ପୁଲିସ ବିଭାଗ ସ୍ପଷ୍ଟ କରିପାରୁନି, ସେଭିଳି ଅନୁସନ୍ଧାନ ଉପରେ କିପରି ବିଶ୍ୱାସ କରାଯାଇପାରିବ ବୋଲି ନରସିଂହ କହିଛନ୍ତି।

Advertisment

ସେହିପରି ସେ ସ୍ୱର୍ଗତ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ରାଜ୍ୟ ଜଣେ ବରପୁତ୍ରକୁ ହରାଇଲା ବୋଲି କହିଛନ୍ତି। 

Attack On Police Health Minister Naba Das Shootout