Advertisment

ସକାଳୁ ନବ ଦାସଙ୍କ ମୃତଦେହ ଯିବ ଝାରସୁଗୁଡ଼ା

ଆଜି ରାତିରେ ନବ ଦାସଙ୍କ ମୃତଦେହ ପୋଷ୍ଟମର୍ଟମ ଶେଷ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Naba das

Naba das

ଆଜି ରାତିରେ ନବ ଦାସଙ୍କ ମୃତଦେହ ପୋଷ୍ଟମର୍ଟମ ଶେଷ ହୋଇଛି। ସନ୍ଧ୍ୟାରେ ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। ଦୁଇ ଜଣିଆ ଡାକ୍ତରୀ ଟିମ୍ ଏହି ପୋଷ୍ଟମର୍ଟମ କରିଥିଲେ। ଏହି ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓ ଗ୍ରାଫି ହୋଇଥିଲା। ଏହା ସରିବା ପରେ ମର ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା। ଏଠାରେ ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏଠାରୁ ରାତିରେ ମର ଶରୀରକୁ ନବଙ୍କ ସରକାରୀ ବାସ ଭବନକୁ ନିଆଯାଇଥିଲା। 

Advertisment

ଆସନ୍ତାକାଲି ସକାଳ ୮ଟାରେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ବିଜେଡି ଅଫିସ୍‌କୁ ନିଆଯିବ। ଶ୍ରଦ୍ଧାଞ୍ଜଳି ସରିବା ପରେ ଦିନ ୯ଟାରେ ମରଶରୀରକୁ ବିମାନବନ୍ଦର ନିଆଯାଇ ସ୍ୱତନ୍ତ୍ର ଚୋପର ଯୋଗେ ଝାରସୁଗୁଡ଼ା ନିଆଯିବାର ସମୟ ସ୍ଥିର ହୋଇଛି। ତାଙ୍କ ପୈତୃକ ବାସଭବନରେ ମର ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଓ ଶେଷ ସଂସ୍କାର ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସୂଚନା ଥାଉକି, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଜଣେ ପୁଲିସ ଏଏସ୍‌ଆଇ ଏହି ଗୁଳିମାଡ଼ କରିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Advertisment
Health Minister Naba Das Shootout