Advertisment

ଓଡ଼ିଶା ହାଇକୋର୍ଟରେ ଆଉ ୩ ନୂଆ ବିଚାରପତି ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଏହି ୩ ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା ୨୧୭(୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ହାଇକୋର୍ଟରେ ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଚନ୍ତି। ସେମାନେ ହେଲେ-  ଭି.ନରସିଂହ, […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୫ରେ ଢିଙ୍କିଆରେ ଜନଶୁଣାଣି କରିବେ ହାଇକୋର୍ଟ କମିଟି

High Court

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ଆଜି ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ଏହି ୩ ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।

Advertisment

କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା ୨୧୭(୧)ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ହାଇକୋର୍ଟରେ ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଚନ୍ତି। ସେମାନେ ହେଲେ-  ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀ ରମଣ। ଏହି ୩ ବିଚାରପତି ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠୁ ବରିଷ୍ଠତା ଭିତ୍ତିରେ ତାଙ୍କର କାର୍ଯ୍ୟକାଳ ବିବେଚନା କରାଯିବ ।

Odisha Highcourt