/odisha-reporter/media/post_attachments/uploads/2018/08/IAS.jpg)
IAS
ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Advertisment
ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ।
ସୂଚନାଯୋଗ୍ୟ, କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
