ଦିନକର ଦରମା ଦାନ କରିବେ ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ […]

IAS

Sampad Mahapatra
  • Published: Monday, 20 August 2018
  • , Updated: 20 August 2018, 02:56 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ।

ସୂଚନାଯୋଗ୍ୟ, କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।

Related story