Advertisment

ରାତିରେ ଖୋଲିବ ସ୍କୁଲ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତିରେ ଖୋଲିବ ସ୍କୁଲ। ଏହା ଶୁଣିଲା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ସ୍କୁଲ ଗୁଡ଼ିକ ପାଠପଢ଼ା ପାଇଁ ନୁହେଁ ବରଂ ଅସହ୍ୟ ଶୀତରେ ଥରୁଥିବା ଅସହାୟ ଲୋକଙ୍କୁ ସେଠାରେ ଆଶ୍ରୟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳମାନଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ବ୍ଲକ୍‌, ତହସିଲ, ଗ୍ରାମ ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ଗରିବ, ବାସହୀନଙ୍କ ପାଇଁ ରାତ୍ର […]

ରାତିରେ ଖୋଲିବ ସ୍କୁଲ !

9876

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତିରେ ଖୋଲିବ ସ୍କୁଲ। ଏହା ଶୁଣିଲା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ସ୍କୁଲ ଗୁଡ଼ିକ ପାଠପଢ଼ା ପାଇଁ ନୁହେଁ ବରଂ ଅସହ୍ୟ ଶୀତରେ ଥରୁଥିବା ଅସହାୟ ଲୋକଙ୍କୁ ସେଠାରେ ଆଶ୍ରୟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳମାନଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହାସହ ସବୁ ବ୍ଲକ୍‌, ତହସିଲ, ଗ୍ରାମ ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବା ସହ ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି। ଗରିବ ଲୋକେ ରାତିରେ ରହିବାକୁ ସ୍କୁଲ ଘର ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe