Advertisment

ବରିଷ୍ଠ ଆଇପିଏସ୍ ଦମ୍ପତିଙ୍କ ଗେହ୍ଲି ଝିଅ ହେଲେ ପୁଅ, ବଦଳିଲା ଲିଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଗେହ୍ଲି ଝିଅ ଏବେ ପୁଅ। ୨୨ ବର୍ଷ ଯୁବତୀଙ୍କ ହୋଇଛି ଲିଙ୍ଗ ପରିବର୍ତ୍ତନ। ଅସ୍ତ୍ରୋପଚାର ଅପରେସନ ପରେ ସେ ଯୁବତୀରୁ ଯୁବକ ପାଲଟି ଯାଇଛନ୍ତି। ସୂଚନା ମୁତାବକ, ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ଏଭଳି ବିରଳ ଅପରେସନ୍ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଏହି ସେକ୍ସ ରିଆସାଏଜନ୍‌ମେଣ୍ଟ ସର୍ଜରୀ କରାଯାଇଛି। ତେବେ ଗୋପନୀୟତା ଦୃଷ୍ଟିରୁ ସେମାନଙ୍କର ନାଁ ପ୍ରକାଶ କରାଯାଉନାହିଁ। ଅନ୍ୟପକ୍ଷରେ ଲିଙ୍ଗ ପରିବର୍ତ୍ତନ […]

ଅଦ୍ୟତନ ହୋଇଛି
ବରିଷ୍ଠ ଆଇପିଏସ୍ ଦମ୍ପତିଙ୍କ ଗେହ୍ଲି ଝିଅ ହେଲେ ପୁଅ, ବଦଳିଲା ଲିଙ୍ଗ

gender-change-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଗେହ୍ଲି ଝିଅ ଏବେ ପୁଅ। ୨୨ ବର୍ଷ ଯୁବତୀଙ୍କ ହୋଇଛି ଲିଙ୍ଗ ପରିବର୍ତ୍ତନ। ଅସ୍ତ୍ରୋପଚାର ଅପରେସନ ପରେ ସେ ଯୁବତୀରୁ ଯୁବକ ପାଲଟି ଯାଇଛନ୍ତି।

Advertisment

ସୂଚନା ମୁତାବକ, ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ଏଭଳି ବିରଳ ଅପରେସନ୍ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଏହି ସେକ୍ସ ରିଆସାଏଜନ୍‌ମେଣ୍ଟ ସର୍ଜରୀ କରାଯାଇଛି। ତେବେ ଗୋପନୀୟତା ଦୃଷ୍ଟିରୁ ସେମାନଙ୍କର ନାଁ ପ୍ରକାଶ କରାଯାଉନାହିଁ।

ଅନ୍ୟପକ୍ଷରେ ଲିଙ୍ଗ ପରିବର୍ତ୍ତନ ନେଇ ଆଇପିଏସ୍ ଦଂପତି କିମ୍ବା ତାଙ୍କ ଝିଅ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏଥିସହିତ ବିଦ୍ଧିବଦ୍ଧ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି।

Advertisment

ପୁଅରୁ ଝିଅ ଲିଙ୍ଗ ପରିବର୍ତ୍ତନ ଲାଗି ହେଉଥିବା ଅପରେସନ ଅପେକ୍ଷାକୃତ ସରଳ ହୋଇଥିବାବେଳେ ଝିଅରୁ ପୁଅକୁ ଲିଙ୍ଗ ପରିବର୍ତ୍ତନ ଅପରେସନ ଜଟିଳ ହୋଇଥାଏ। ଏହିଭଳି ଅପରେସନ ଲାଗି କୌଣସି ପୁଅ କିମ୍ବା ଝିଅ ନିଜକୁ ପ୍ରସ୍ତୁତ କରିବା ମୁଖ୍ୟ ବୋଲି କହିଛନ୍ତି ଏସ୍‌ସିବି ପ୍ଲାଷ୍ଟିକ ସର୍ଜୀର ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ନାୟକ।

ଏହି ଅପରେସନ କରିବା ପୂର୍ବରୁ ଯାହାଙ୍କଠାରେ ଏହି ଅପରେସନ କରାଯିବ ତାଙ୍କର ସ୍ୱୀକୃତି ନେବାକୁ ପଡିଥାଏ। ଏହାସହ ପିଲାଙ୍କ ବାପାମାଆଙ୍କ ସ୍ୱୀକୃତି ନେବାକୁ ପଡିଥାଏ। ସମସ୍ତଙ୍କ ସ୍ୱୀକୃତି ପରେ ଅପରେସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଏହି ଅସ୍ତ୍ରୋପଚାର କରିବା ପାଇଁ ପ୍ଲାଷ୍ଟିକ ସର୍ଜନ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ଏଣ୍ଡୋକ୍ରାଇନୋଲଜିଷ୍ଟ ଓ ମନୋବିଜ୍ଞାନୀଙ୍କୁ ନେଇ ଏକ ଟିମ୍ କାମ କରିଥାଏ। ଯୁବତୀ ଜଣକ ସଂପୂର୍ଣ୍ଣ ଭାବେ ଯୁବକରେ ପରିବର୍ତ୍ତନ ହେବାକୁ ପ୍ରାୟ ୨ ବର୍ଷ ଲାଗିଥାଏ। ହରମୋନ୍ ଜନିତ ପରିବର୍ତ୍ତନ ଲାଗି ଏହି ସମୟ ଲାଗିଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ଓଡ଼ିଶାରେ ଝିଅରୁ ପୁଅ ହେବା ଲାଗି ଅସ୍ତ୍ରୋପଚାର ପାଇଁ ପ୍ରାୟ ୩ ଲକ୍ଷ ୫୦ ହଜାର ଓ ପୁଅରୁ ଝିଅ ହେବା ପାଇଁ ଅପରେସନ୍ ବାବଦକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe