Advertisment

ଜୁଲାଇ ୪ରୁ ଓଜେଇଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ ବା ଓଜେଇଇ ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୫ର ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମସିଏ/ଏଏସସି କମ୍ପ୍ୟୁଟର ସାଇନ୍ସ ପରୀକ୍ଷା ହେବ। ଜୁଲାଇ […]

ଜୁଲାଇ ୪ରୁ ଓଜେଇଇ

OJEE

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ ବା ଓଜେଇଇ ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ଅନୁଷ୍ଠିତ ହେବ।

Advertisment

ସେହିପରି ଜୁଲାଇ ୫ର ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମସିଏ/ଏଏସସି କମ୍ପ୍ୟୁଟର ସାଇନ୍ସ ପରୀକ୍ଷା ହେବ। ଜୁଲାଇ ୫ର ତୃତୀୟ ସିଫ୍ଟରେ ୧୧ଟି ବିଷୟରେ ଏମଟେକ, ଏମଆରଚ, ଏମପ୍ଲାନ, ଏମଫାର୍ମ, ବିକ୍ୟାଟ ପରୀକ୍ଷା ହେବ। ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ, ତୃତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏବିଏ ପରୀକ୍ଷା ହେବ। ୮ ତାରିଖରେ କେବଳ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବିଫାର୍ମ ପ୍ରବେଶିକା ପରୀକ୍ଷା ହେବ।

ଏନେଇ ଓଜେଇଇ ଅଧ୍ୟକ୍ଷ ପ୍ରଦୀପ କୁମାର ଚାନ୍ଦ କହିଛନ୍ତି, ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ହାତରେ ଆଉ ଗୋଟାଏ ମାସ ରହିଛି। ପ୍ରାୟ ୫୮ ହଜାର ପିଲା ଚଳିତ ଥର ପରୀକ୍ଷା ଦେବେ। ଏଥିନିମନ୍ତେ ପ୍ରାୟ ୬୫ ପିଲା ପଞ୍ଜିକରଣ କରିଥିଲେ। ଗତ ବର୍ଷ ତୁଳନାରେ ୨ ହଜାର ପିଲା  ଅଧିକ ପରୀକ୍ଷା ଦେବେ। ପୁରୁଣା ପ୍ରଳାଳିରେ ପରୀକ୍ଷା କରାଯିବ। କରୋନାକୁ ଲକ୍ଷ୍ୟରେ ରଖି ଓଜେଇଇ ଓ ସ୍ୱତନ୍ତ୍ର ଓଜେଇଇ ଦୁଇଟି ପରୀକ୍ଷା ହେଉଥିଲା। ହେଲେ କୋରନା ସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୁରୁଣା ପ୍ରଳାଳିରେ ଏକାଥରକେ ପରୀକ୍ଷା ହେବ। ଏହାର ଡିଟେଲ ପିଲାମାନେ ୱେବସାଇଟରୁ ପାଇବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe