Advertisment

ବିଜେଡି ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରିବାକୁ ଆହ୍ୱାନ ଦେଲା ମହିଳା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଭୋଟ୍ ବ୍ୟାଙ୍କ ପାଲଟିଥିବା ମହିଳା ଏସଏଚଜିରେ ଫାଟ ସୃଷ୍ଟି କରି ସେମାନଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ କଂଗ୍ରେସ ନିଜର ଦଳୀୟ ନେତ୍ରୀମାନଙ୍କୁ ଆହ୍ୱାନ ଦେଇଛି। ଏହାସହିତ କେନ୍ଦ୍ରର ଉଜ୍ଜ୍ଵଳା ଯୋଜନାର ବିଫଳତା ସମ୍ପର୍କରେ ମହିଳା ହିତାଧିକାରୀଙ୍କୁ ବୁଝାଇବାକୁ ମଧ୍ୟ ପରାମର୍ଶ ଦେଇଛି। ଉଭୟ ବିଜେଡି ଓ ବିଜେପିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରି ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ ନକରିବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ହେବା ସହଜ ହେବନି […]

ବିଜେଡି ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରିବାକୁ ଆହ୍ୱାନ ଦେଲା ମହିଳା କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଭୋଟ୍ ବ୍ୟାଙ୍କ ପାଲଟିଥିବା ମହିଳା ଏସଏଚଜିରେ ଫାଟ ସୃଷ୍ଟି କରି ସେମାନଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ କଂଗ୍ରେସ ନିଜର ଦଳୀୟ ନେତ୍ରୀମାନଙ୍କୁ ଆହ୍ୱାନ ଦେଇଛି। ଏହାସହିତ କେନ୍ଦ୍ରର ଉଜ୍ଜ୍ଵଳା ଯୋଜନାର ବିଫଳତା ସମ୍ପର୍କରେ ମହିଳା ହିତାଧିକାରୀଙ୍କୁ ବୁଝାଇବାକୁ ମଧ୍ୟ ପରାମର୍ଶ ଦେଇଛି। ଉଭୟ ବିଜେଡି ଓ ବିଜେପିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର କରି ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ ନକରିବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ କ୍ଷମତାସୀନ ହେବା ସହଜ ହେବନି ବୋଲି ଦଳର ବରିଷ୍ଠ ନେତ୍ରୀମାନେ ମତ ବ୍ୟକ୍ତ କରିଛନ୍ତି। ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଫେବୃୟାରୀ ୭ରୁ ୧୨ତାରିଖ ମଧ୍ୟରେ ରାଜ୍ୟର ହଜାର ହଜାର ମହିଳାଙ୍କ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି।

Advertisment

ଆଜି ଓଡ଼ିଶା ପ୍ରଦେଶ ମହିଳା କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ କହିଛନ୍ତି ଯେ, ଉଭୟ ନବୀନ ଓ ମୋଦିଙ୍କର ମିଛି ପ୍ରତିଶୃତିକୁ ଲୋକ ବୁଝିସାରିଲେଣି। ଉଭୟ ସରକାରଙ୍କ ଜନବିରୋଧୀ ମହିଳାମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପଡ଼ିବ। ବିଜେଡି ଏବେ ମହିଳା ଏସଏଚଜିକୁ ନିଜର ଭୋଟବ୍ୟାଙ୍କ ଭାବେ ବ୍ୟବହାର କରୁଛି। ମହିଳାମାନଙ୍କୁ ବିଭ୍ରାନ୍ତ କରାଯାଉଛି,ସେମାନଙ୍କ ନିକଟକୁ ଯାଇ ବିଜେଡି ଦ୍ୱାରା ସେମାନେ କିଭଳି ଉପଯୋଗ ହେଉଛନ୍ତି ତାହା ବୁଝାଇବାକୁ ପଡ଼ିବ। ସେହିପରି ଉଜ୍ଜ୍ୱଳା ଯୋଜନାର ବିଫଳତା ସମ୍ପର୍କରେ ମହିଳାମାନଙ୍କୁ ବୁଝାଇ ପାରିଲେ କଂଗ୍ରେସ ପାଇଁ ରାଜ୍ୟରେ ମହିଳା ଭୋଟବ୍ୟାଙ୍କ ସୃଷ୍ଟି କରିବା ବିଶେଷ ସମସ୍ୟା ହେବନି।

congressଭୁବନେଶ୍ୱରରେ ଏକ ହୋଟେଲରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ନବୀନ ସରକାରଙ୍କ ସମୟରେ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନବୀନ ବାବୁଙ୍କର ମା’କୁ ସମ୍ମାନ ଦେବାର ସ୍ଲୋଗାନ ଆଜି ସଂପୂର୍ଣ୍ଣ ଫେଲ ମାରିଛି। ୩୩% ମହିଳାମାନଙ୍କୁ ବିଧାନସଭା ଓ ଲୋକସଭା ସଂରକ୍ଷଣ ଏକ ନିର୍ବାଚନୀ ଚାଲ୍ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ସେହିପରି

Advertisment

ଏଆଇସିସି ସଂପାଦକ ଜି ରୁଦ୍ରରାଜୁ କହିଥିଲେ ଯେ, ମହିଳା କଂଗ୍ରେସ ରାଜ୍ୟର ପରିବର୍ତ୍ତନର ବାହକ ହୋଇପାରିବ। ଶ୍ରୀମତୀ ଜେନାଙ୍କ ଟିମ୍ ଉଦ୍ୟମ ଏକ ସଫଳ କ୍ରାନ୍ତିର ରୂପ ନେଉଛି ।

ପିପିଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହେବାକୁ କଂଗ୍ରେସ ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରିବ। ତା’ସହିତ ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ଓ ଅତ୍ୟାଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରି ମହିଳା କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବ।

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଫେବୃୟାରୀ ୭ରୁ ୧୨ତାରିଖ ମଧ୍ୟରେ ରାଜ୍ୟର ହଜାର ହଜାର ମହିଳା ବିଧାନସଭା ଘେରାଉ କରିବେ ବୋଲି ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ଜେନା ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ମହିଳା ସଭାପତି ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇଥିଲେ। ଅପରାହ୍ଣରେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଜେନା ଓ ସୁଶ୍ରୀ ସୁସ୍ମିତା ଦେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe