Advertisment

୨୯ରୁ ମାଟ୍ରିକ ପରୀକ୍ଷା, ମଧ୍ୟମା ଓ ଓପନ ସ୍କୁଲ ଦ୍ୱିତୀୟ ସିଟିଂ ପରୀକ୍ଷା ସମୟ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖ ଠାରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ତେବେ ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି। ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷାଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ। ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। […]

author-image
Niranjan Mishra
୨୯ରୁ ମାଟ୍ରିକ ପରୀକ୍ଷା, ମଧ୍ୟମା ଓ ଓପନ ସ୍କୁଲ ଦ୍ୱିତୀୟ ସିଟିଂ ପରୀକ୍ଷା ସମୟ ବଦଳିଲା

Odisha-Matric-Exam

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖ ଠାରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ତେବେ ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି। ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷାଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ। ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଖରାକୁ ଲକ୍ଷ୍ୟରେ ରହି ମଧ୍ୟମା, ଓପନ ସ୍କୁଲ  ସେକେଣ୍ଡ ସିଟିଂରେ ପରିବର୍ତ୍ତନ କରାଯାଇଛି। ମଧ୍ୟାହ୍ନର ପ୍ରଚଣ୍ଡ ଖରା ଆସିବା ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସୁରକ୍ଷିତ ଘରକୁ ଚାଲିଯିବା ଲକ୍ଷ୍ୟ ରହିଛି।

Advertisment

ବୋର୍ଡ ସୂଚନା ମୁତାବକ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ। ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଛି। ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ।

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମେ ୨ ଓ ୪ ତାରିଖରେ ହେବାକୁ ଥିବା ମଧ୍ୟମା ସେକେଣ୍ଡ ସିଟିଂ ପରୀକ୍ଷା ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ। ସେହିପରି ଓପନ ସ୍କୁଲର ୩ଟି ସେକେଣ୍ଡ ସିଟିଂ ପରୀକ୍ଷା ଆସନ୍ତା ମାସ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି।

Advertisment

ପ୍ରବଳ ଖରାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଣି ଓ ଓଆରଏସ୍ ମହଜୁଦ ରଖାଯିବ। ତେବେ ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇନି।