ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ୨୯ରୁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ପକ୍ଷରୁ ଆଜି ଆଡମିଟ୍ କାର୍ଡ ଜାରି ହୋଇଛି । ଆସନ୍ତା ୨୯ରୁ ମେ’ ୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା(ସମିଟିଭ ଆସେସମେଣ୍ଟ-୨) ପାଇଁ ଆଡମିଟ୍ କାର୍ଡକୁ ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟକୁ ଯାଇ ଡାଉନଲୋଡ୍ କରିପାରିବେ। ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୭ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୮ଟାରୁ […]

Matric

  • Published: Tuesday, 19 April 2022
  • , Updated: 19 April 2022, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ପକ୍ଷରୁ ଆଜି ଆଡମିଟ୍ କାର୍ଡ ଜାରି ହୋଇଛି । ଆସନ୍ତା ୨୯ରୁ ମେ’ ୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା(ସମିଟିଭ ଆସେସମେଣ୍ଟ-୨) ପାଇଁ ଆଡମିଟ୍ କାର୍ଡକୁ ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟକୁ ଯାଇ ଡାଉନଲୋଡ୍ କରିପାରିବେ।

ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୭ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ୨ଘଣ୍ଟା ଧରି ହେବ । କେବଳ ଗଣିତ ପରୀକ୍ଷା ୨ଘଣ୍ଟା ୧୫ମିନିଟର ହେବ । ଦୈନିକ ଗୋଟିଏ ଲେଖାଏଁ ସିଟିଂରେ ପରୀକ୍ଷା ହେବ । ପରୀକ୍ଷା ଆରମ୍ଭର ଅଧଘଣ୍ଟା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବେ । ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲେ ବୋର୍ଡ ଦ୍ୱାରା ଜାରି ଆଡମିଟ୍ କାର୍ଡ ଦେଖାଇବା ବାଧ୍ୟତାମୂଳକ । ଆଡମିଟ୍ କାର୍ଡରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ରହିବା ଜରୁରୀ । ପରୀକ୍ଷାକେନ୍ଦ୍ରକୁ ମୋବାଇଲ ଫୋନ୍ ଓ କାଲକୁଲେଟର ଆଦି ନେବା ଉପରେ କଟକଣା ରହିଛି । ଯଦି ଆଡମିଟ୍ କାର୍ଡ ଡାଉନଲୋଡରେ କିଛି ସମସ୍ୟା ରହିବ ତା’ହେଲେ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ ସହ ଏନେଇ ଯୋଗାଯୋଗ କରିପାରିବେ ।

ସେହିପରି ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦୁଇଟି ସିଟିଂରେ ୩ଦିନ ଧରି ହେବ । ପ୍ରଥମ ସିଟିଂ ସକାଳ ୮ଟାରୁ ୧୦ଟା ଓ ଦ୍ୱିତୀୟ ସିଟିଂ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ହେବ ।

ସୂଚନାଯୋଗ୍ୟ, ବୋର୍ଡ ସଭାପତି ରାମାସିସ୍ ହଜାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସମିଟିଭ ଆସେସମେଣ୍ଟ-୨ ପରୀକ୍ଷା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ୩ ପ୍ରକାରର ମୂଲ୍ୟାଙ୍କନ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯେଉଁ ମୂଲ୍ୟାୟରେ ପିଲାମାନେ ସର୍ବାଧିକ ମାର୍କ ରଖିଥିବେ ତାକୁ ବିଚାରକୁ ନିଆଯିବ ।

Related story