Advertisment

ପ୍ରତ୍ୟାହାର ହେବ ମାଟ୍ରିକ୍ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି । ପ୍ରତ୍ୟାହାର ପାଇଁ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ । ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ […]

ଅଦ୍ୟତନ ହୋଇଛି
ବାତିଲ ହେଲା ଯୁକ୍ତ ୨ର ବାକି ପରୀକ୍ଷା

exam-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି । ପ୍ରତ୍ୟାହାର ପାଇଁ ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଗତ ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ । ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ଏବଂ କିଛି ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ନୂଆବର୍ଷ ଯାଏଁ ସ୍କୁଲ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ପୂର୍ବରୁ ନଭେମ୍ବରରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କରୋନା ସଂକ୍ରମଣ କମିନଥିବା ଓ ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବ୍ୟାପିବା ଘଟଣା ପରେ ଆସନ୍ତା ଡିସେମ୍ବର ଶେଷ ଯାଏଁ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁ ଦୀର୍ଘ ମାସ ହେବ ସ୍କୁଲ ଖୋଲି ନଥିବା ବେଳେ ସ୍କୁଲ ଖୋଲି ନଥିବା ବେଳେ ମାଟ୍ରିକ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥିଲା। ଏହାକୁ ନେଇ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment
Corona In Odisha COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe