Advertisment

ସୁଜିତ୍ କୁମାର ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଆଜି ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ଓ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ସୁଜିତ୍ କୁମାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ମିଳିଛି। […]

author-image
Ordigital Desk
ଅଦ୍ୟତନ ହୋଇଛି
ସୁଜିତ୍ କୁମାର ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ

sujit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପିଟିସନ୍ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଆଜି ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ଓ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ସୁଜିତ୍ କୁମାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ମିଳିଛି।

Advertisment

ରାଜ୍ୟସଭା ସଚିବାଳୟର ବିଜ୍ଞପ୍ତି ଅନୁସାରେ, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ଚଳିତମାସ ୨ତାରିଖରେ ରାଜ୍ୟସଭା ପିଟିସନ କମିଟିର ପୁର୍ନଗଠନ କରିଛନ୍ତି। କମିଟିର ଅଧ୍ୟକ୍ଷ ଭାବେ ବିଜେଡି ସାଂସଦ ଶ୍ରୀ କୁମାରଙ୍କୁ ମନୋନୀତ କରାଯାଇଥିବାବେଳେ ସାଂସଦ ଅରୁଣ ସିଂ, ତିରୁଚି ଶିବା, ସଞ୍ଜୟ ସିଂ, କାର୍ତ୍ତିକେୟ ଶର୍ମା, ନବମ ରାବେୟା, ଡି.ଭି. ହେଗେଡ଼, ଏଲ ହନୁମନ୍ଥେୟା, ରାଜେନ୍ଦ୍ର ଗେହଲଟ୍ ଓ ସୁମିତ୍ରା ବାଲ୍ମିକୀ ଏହି କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି।

୨୦୨୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ କୁମାର  ଏବେ ‘ଅଲ୍ ପାର୍ଟ ଇଣ୍ଡିଆନ ପାର୍ଲାମେଣ୍ଟ ଫୋରମ୍ ଫର ତିବ୍ଦତ’ର ଆବାହକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଶ୍ରୀ କୁମାର‘ବିଦେଶ ବ୍ୟାପାର ଓ ଆନ୍ତର୍ଜାତିକ ସମ୍ପର୍କ’ର ବିଶେଷଜ୍ଞ ତଥା ଆଇନ ଓ ଆର୍ଥିକ ସୁଧାର ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ସଂସଦରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଶ୍ରୀ କୁମାର ଆମେରିକା ରାଷ୍ଟ୍ରପତି ବରାକ୍ ଓବାମାଙ୍କ ନିର୍ବାଚନୀ ପ୍ରଚାର ଟିମ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କୁ ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ ମୁଖ୍ୟ ରଣନୀତିକାର ଭାବେ ନିଯୁକ୍ତି ଦେଇଥିଲା । ଏବଂ ପରେ ବିଜେଡି ତାଙ୍କୁ ୨୦୨୦ ମସିହାରେ ରାଜ୍ୟସଭା ପଠାଇଥିଲା।

Advertisment

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ପ୍ରିଭିଲେଜ୍ କମିଟି ସଦସ୍ୟ ଓ ସାଂସଦ ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ସବଅର୍ଡିନେଟ୍ ଲେଜିସଲେସନ କମିଟି ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।