Advertisment

କରୋନା ଲଢ଼େଇ: ଗବେଷକ ଗୋଷ୍ଠୀରେ ଓଡ଼ିଆ ଡାକ୍ତର ପଦ୍ମଶ୍ରୀ ଦିଗମ୍ବର

ଭୁବନେଶ୍ୱର (ଓଡ଼ିଶା ରପିର୍ଟର): ଓଡ଼ିଶା ଜନ୍ମିତ ତଥା ପିଜିଆଇଏମ୍‌ଇଆର ଚଣ୍ଡୀଗଡ଼ର ପ୍ରଫେସର ଦିଗମ୍ବର ବେହେରା କରୋନା ଲଢ଼େଇର ପ୍ରମୁଖ ରିସର୍ଚ୍ଚ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଏହି ରିସର୍ଚ୍ଚ ଗ୍ରୁପ୍‌ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଅଧୀନରେ ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ ଅଧୀନରେ କାମ କରିବ। ଏମ୍ସର ନୂଆଦିଲ୍ଲୀ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧୀନରେ ଏହି ୬ ଜଣିଆ ଗ୍ରୁପ୍‌ କାର୍ଯ୍ୟ କରିବ। ଡକ୍ଟର ବେହେରା ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲହେ। […]

କରୋନା ଲଢ଼େଇ: ଗବେଷକ ଗୋଷ୍ଠୀରେ ଓଡ଼ିଆ ଡାକ୍ତର ପଦ୍ମଶ୍ରୀ ଦିଗମ୍ବର

Digambar

Advertisment

ଭୁବନେଶ୍ୱର (ଓଡ଼ିଶା ରପିର୍ଟର): ଓଡ଼ିଶା ଜନ୍ମିତ ତଥା ପିଜିଆଇଏମ୍‌ଇଆର ଚଣ୍ଡୀଗଡ଼ର ପ୍ରଫେସର ଦିଗମ୍ବର ବେହେରା କରୋନା ଲଢ଼େଇର ପ୍ରମୁଖ ରିସର୍ଚ୍ଚ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଏହି ରିସର୍ଚ୍ଚ ଗ୍ରୁପ୍‌ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଅଧୀନରେ ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ ଅଧୀନରେ କାମ କରିବ। ଏମ୍ସର ନୂଆଦିଲ୍ଲୀ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧୀନରେ ଏହି ୬ ଜଣିଆ ଗ୍ରୁପ୍‌ କାର୍ଯ୍ୟ କରିବ।

Advertisment

ଡକ୍ଟର ବେହେରା ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲହେ। ଡାକ୍ତରୀ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ପାଇଥିଲେ। ଏସ୍‌ସିବି କଟକର ଏହି ପୂର୍ବତନ ଛାତ୍ର ଫୁସ୍‌ଫୁସ୍‌ କର୍କଟ ଚିକିତ୍ସାରେ ବେଶ ନାମ କମାଇଛନ୍ତି। ସେ ‘ଇଣ୍ଡିଆନ୍‌ ଷ୍ଟଡି ଫର ଦି ଷ୍ଟଡି ଅଫ୍‌ ଲଙ୍ଗ କ୍ୟାନସର୍‌’ର ପ୍ରତିଷ୍ଠାତା ସଭାପତି।

କରୋନା ମୁକାବିଲା ନେଇ ଭାରତୀୟ ଗବେଷକଙ୍କ ଆଗାମୀ ଯୋଜନା ବାବଦରେ ସେ କହିଛନ୍ତି, “ଆମେ ଏବେ ଯଥାଶୀଘ୍ର ସୂଚନା ଏକାଠି କରିବୁ। ବିଭିନ୍ନ ଦେଶରେ ଏହି ରୋଗର କାର୍ଯ୍ୟକାଳପ ଉପରେ ଆଲୋଚନା କରିବୁ। କେଉଁ କାରଣରୁ ମୃତ୍ୟୁ ହେଉଛି ଏବଂ ଭାରତରେ ଚିକିତ୍ସା ପାଇଁ କ’ଣ ଦରକାର ସ ବାବଦରେ ଆଲୋଚନା କରିବୁ।”

Advertisment

କୋଭିଡ୍‌-୧୯ ମୁକାବିଲାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ର ପ୍ରଭାବ ନେଇ ଚର୍ଚ୍ଚା ରହିଥିବାରୁ ଏହା ଉପରେ ମଧ୍ୟ ଫୋକସ୍‌ ରହିବ। ଏହା କିପରି କାମ କରୁଛି ତାହା ବୈଜ୍ଞାନିକ ପଦ୍ଧତିରେ ନିର୍ଣ୍ଣୟ କରାଯିବାର ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe