Advertisment

ଅଫିସର ଦମ୍ପତି ଗିରଫ, ୭ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଠାବ

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି। ଓପେପାରେ ଚିଫ୍ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫ୍ଏସ୍ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ପତି ଛତ୍ରପୁର ତହସିଲ୍‌ଦାର ବିଜୟ କେତନ ସାହୁଙ୍କୁ ୬.୮୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗିରଫ କରାଯାଇଛି। ଦମ୍ପତିଙ୍କଠୁ ମିଳିଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର ୟୁନିଟ୍-୪ ମଧୁସୂଦନ ନଗରରେ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଅଫିସର ଦମ୍ପତି ଗିରଫ, ୭ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଠାବ

couple

ଭୁବନେଶ୍ୱର : ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି।

Advertisment

ଓପେପାରେ ଚିଫ୍ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫ୍ଏସ୍ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ପତି ଛତ୍ରପୁର ତହସିଲ୍‌ଦାର ବିଜୟ କେତନ ସାହୁଙ୍କୁ ୬.୮୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗିରଫ କରାଯାଇଛି।

ଦମ୍ପତିଙ୍କଠୁ ମିଳିଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର ୟୁନିଟ୍-୪ ମଧୁସୂଦନ ନଗରରେ ଥିବା ଉତ୍କଳ ଭିଲ୍ଲାରେ ଗୋଟିଏ ୪ ବେଡ୍‌ରୁମ୍‌ ବିଶିଷ୍ଟ ଫ୍ଲାଟ୍ ଓ ଗୋଟିଏ ୨ ବେଡରୁମ ବିଶିଷ୍ଟ ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ୪୯.୬୦ ଲକ୍ଷ ଟଙ୍କାର ଏକ ୩ ମହଲା କୋଠା, ପୁରୀରେ ଗ୍ରାଣ୍ଡ ଆସିଆନ୍‌ରେ ୨୧.୨୯ଲକ୍ଷ ଟଙ୍କାର ଫ୍ଲାଟ୍‌, ଭୁବନେଶ୍ୱର ଓ ଜଟଣୀରେ ୫୮.୫୭ ଲକ୍ଷ ଟଙ୍କାର ୬ଟି ପ୍ଲଟ୍, ୮ ଲକ୍ଷ ଟଙ୍କାର ବଣ୍ଡ୍ ଓ ଏଲ୍‌ଆଇସି, ୧.୦୪ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ୪୦ ଲକ୍ଷ ଟଙ୍କାର ସୁନାଗହଣା, ନଗଦ ୫.୭୫ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି।

Advertisment

ଭୁବନେଶ୍ୱରର ୟୁନିଟ୍ ୪ରେ ଥିବା ୨ଟି ଫ୍ଲାଟର ଦାମ ୧.୮୦କୋଟି ଟଙ୍କା ହୋଇଥିବାବେଳେ ଏହାର ଆଭ୍ୟନ୍ତରୀଣ ସାଜସଜ୍ଜାରେ ୧.୩୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଭିଜିଲାନ୍ସ ଆକଳନ କରିଛି।
ନିକଟ ଅତୀତରେ ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ଆୟବହିର୍ଭୁତ ସମ୍ପତ୍ତି ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି।