Advertisment

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍‌ଟ, ପାସ୍‌ ହାର ୮୦.୮୩ %

କଟକ (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। A1 ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି A2-୨୫୫, B1- ୩୪୮, B2- ୪୫୮, C-୫୯୯, […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍‌ଟ, ପାସ୍‌ ହାର ୮୦.୮୩ %

Matric

Advertisment

କଟକ (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। A1 ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି A2-୨୫୫, B1- ୩୪୮, B2- ୪୫୮, C-୫୯୯, D- 846, E-୨୬୮୫, F- ୧୪୧।

Advertisment

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ୬୬୨୦ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା। ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ। କପି କରି ୧୪ ଜଣ ଧରାପଡ଼ିଥିଲେ। ତେବେ ଅଫ୍‌ଲାଇନ୍‌ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୧୪୧ ଜଣ ଫେଲ୍‌ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି।

ସେହିପରି ଷ୍ଟେଟ୍‌ ଓପ୍‌ନ ସ୍କୁଲ୍‌ ଅଫ୍‌ଲାଇନ୍‌ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପଡ଼ିଥିଲେ। ୬୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୪.୩ % ରହିଛି। A1ରେ କୌଣସି ପିଲା ପାସ୍‌ କରିନାହାନ୍ତି। A2ରେ ୧୭, B1ରେ ୧୯୪, B2ରେ୩୪୭, C-୮୧୬, D-୧୪୨୫, E-୩୫୧୦ ଜଣ ପାସ୍‌ କରିଛନ୍ତି। ଫେଲ୍‌ ହୋଇଛନ୍ତି ୩୨୮ ଛାତ୍ରଛାତ୍ରୀ। ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି। ସେହିପରି ମଧ୍ୟମାରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମସ୍ତେ ପାସ୍‌ କରିଛନ୍ତି।

Advertisment
Matric Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe