କେନ୍ଦ୍ରପଡ଼ାର ଡେରାବିଶ ଓ ସୋନପୁର ଜିଲ୍ଲାର ବିନିକାରେ ଆଜି ଦୁଇଟି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବଳଭଦ୍ରପୁର ଦେଇ ଯାଇଥିବା ୫୩ ନମ୍ଵର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ଶ୍ରମିକ ଜଣକ ପଞ୍ଚୁପାଣ୍ଡବ ପଲେଇ ଅଞ୍ଚଳର ବିନୋଦ ମଲ୍ଲିକ ବୋଲି ଜଣାପଡିଛି।
ଆହତମାନଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟ ସାରି କିଛି ଶ୍ରମିକ ଏକ ଅଟୋରେ ଫେରୁଥିଲେ। ଚଣ୍ଡିଖୋଲ-ପାରାଦୀପ ରାସ୍ତାର ୫୩ ନମ୍ଵର୍ ଜାତୀୟ ରାଜପଥ ବଳଭଦ୍ରପୁର ନିକଟରେ ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିବାରୁ ଏହା ପଛରେ ଯାଉଥିବା ଅଟୋ ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଟୋରେ ବସିଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଚାଳକ ଫେରାର୍ ହୋଇଯାଇଛି।
ସେହିପରି ବିନିକା ଡୁଙ୍ଗୁରିପାଲି ଥାନା ଚେରୁପାଲି ଗାଁ ନିକଟରେ ଏକ ଟ୍ରାକ୍ଟର ପଛରେ ମିନି ବସ୍ ଧକ୍କା ହେବାରୁ ୧୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।