Advertisment

ଟ୍ରକ୍‌ ବ୍ରେକ୍‌ ଦେବାରୁ ପଛରେ ପିଟି ହେଲା ଅଟୋ; ଜଣେ ମୃତ ଓ ୫ ଗୁରୁତର

କେନ୍ଦ୍ରପଡ଼ାର ଡେରାବିଶ ଓ ସୋନପୁର ଜିଲ୍ଲାର ବିନିକାରେ ଆଜି ଦୁଇଟି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

କେନ୍ଦ୍ରପଡ଼ାର ଡେରାବିଶ ଓ ସୋନପୁର ଜିଲ୍ଲାର ବିନିକାରେ ଆଜି ଦୁଇଟି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି।

Advertisment

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବଳଭଦ୍ରପୁର ଦେଇ ଯାଇଥିବା ୫୩ ନମ୍ଵର ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତ ଶ୍ରମିକ ଜଣକ ପଞ୍ଚୁପାଣ୍ଡବ ପଲେଇ ଅଞ୍ଚଳର ବିନୋଦ ମଲ୍ଲିକ ବୋଲି ଜଣାପଡିଛି।

ଆହତମାନଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟ ସାରି କିଛି ଶ୍ରମିକ ଏକ ଅଟୋରେ ଫେରୁଥିଲେ। ଚଣ୍ଡିଖୋଲ-ପାରାଦୀପ ରାସ୍ତାର ୫୩ ନମ୍ଵର୍ ଜାତୀୟ ରାଜପଥ ବଳଭଦ୍ରପୁର ନିକଟରେ ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିବାରୁ ଏହା ପଛରେ ଯାଉଥିବା ଅଟୋ ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଟୋରେ ବସିଥିବା ଅନ୍ୟମାନେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଚାଳକ ଫେରାର୍ ହୋଇଯାଇଛି।

Advertisment

ସେହିପରି ବିନିକା ଡୁଙ୍ଗୁରିପାଲି ଥାନା ଚେରୁପାଲି ଗାଁ ନିକଟରେ ଏକ ଟ୍ରାକ୍ଟର ପଛରେ ମିନି ବସ୍ ଧକ୍କା ହେବାରୁ ୧୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe