ମହିଳାଙ୍କ ସହ ସମ୍ପର୍କ ମାମଲାରେ ମୁହଁ ଖୋଲିଲେ ଦୈତାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ମହିଳା ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରିବା ପରେ ବିବାଦରେ ଫସିଛନ୍ତି ଦୈତାରୀ। ଯାହାକୁ ନେଇ ଆଜି ସେ ସଫେଇ ଦେଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ନିକଟରେ ଲତାରାଣୀ ପଣ୍ଡା ନାମକ ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଏହାସହ ନ୍ୟାୟ ଦାବିରେ ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ […]

daitari

Rakesh Mallick
  • Published: Saturday, 10 November 2018
  • , Updated: 10 November 2018, 08:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ମହିଳା ଯାତ୍ରା ସୁପରଷ୍ଟାର ଦୈତାରୀ ପଣ୍ଡାଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରିବା ପରେ ବିବାଦରେ ଫସିଛନ୍ତି ଦୈତାରୀ। ଯାହାକୁ ନେଇ ଆଜି ସେ ସଫେଇ ଦେଇଛନ୍ତି। ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି।

ନିକଟରେ ଲତାରାଣୀ ପଣ୍ଡା ନାମକ ଜଣେ ମହିଳା ନିଜକୁ ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଏହାସହ ନ୍ୟାୟ ଦାବିରେ ସେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହ ଲତାଙ୍କ ୨ଟି ପୁଅ ସନ୍ତାନ ଜନ୍ମ ହୋଇଥିଲେ। ଦୈତାରୀ ପଣ୍ଡା ଅନ୍ୟତ୍ର ରହୁଥିବାରୁ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ସେ ଏତଲାରେ ଲେଖିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଦୈତାରୀ କହିଛନ୍ତି, “ସମ୍ପୃକ୍ତ ମହିଳାଙ୍କ ସହ ମୋଣ କୌଣସି ସଂପର୍କ ନାହିଁ। ଏଭଳି ଅଭିଯୋଗ ପଛରେ କିଛି ହୀନ ଲୋକଙ୍କ ଚକ୍ରାନ୍ତ ରହିଛି। ଆସିଥିବା ଅଭିଯୋଗର ତଦନ୍ତରେ ସହଯୋଗ କରିବେ।”

https://youtu.be/yVkM1aLzLgM

Related story