/odisha-reporter/media/post_attachments/uploads/2019/02/66c9ec61505034661eb576089c4.jpg)
kasmiri
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କଶ୍ମୀର ପ୍ରତି ଲାଗିଥିବା ସମ୍ବିଧାନର ଧାରା-୩୭୦ ଓ ଅନୁଚ୍ଛେଦ ୩୫(କ) ଉଠିବା ପରେ ସେଠାର ସ୍ଥିତି ସମ୍ପର୍କରେ ଅବଗତ କରିବା ପାଇଁ ଆସନ୍ତା ୨୧ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
Advertisment
ବିଜେପି ନିଜର ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଅବସରରେ ଧାରା-୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଦେଶବ୍ୟାପୀ ସମାଜର ସବୁ ବର୍ଗର ଲୋକଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ଶେଖାୱତ୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଯୁବପିଢ଼ି ଓ ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ କରିବେ। ଧାରା-୩୭୦ ହଟିବା ପରେ ଜାମ୍ମୁ କାଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହୋଇଛି ସେ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
